ଓଠ ତଳର ହସ
ଓଠ ତଳର ହସ
କି ଯାଦୁ ଥିଲା କେଜାଣି
ତୁମ ସେଇ ଓଠ ତଳର ହସ ଧାରେ
ମୁଁ ମୋ ନିଜ କୁ ହିଁ ଭୁଲିଗଲି
ତୁମ ଚୋରା ଚାହାଣି ରେ
ହଜିଗଲି ଗୋଟାପଣେ ।
ଆକାଶରେ ଚାନ୍ଦ ବି ହସୁଥିଲା
ଶେଫାଳି ର ବାସ୍ନା ବି ଛୁଟୁଥିଲା
କାହାର ଆକଟ ନ ଥିଲା
ଯେହେତୁ ମୁଁ ନିରିମାଖି ଥିଲି ।
ମୋର ବୋଲି ଏତେ ବଡ଼
ଦୁନିଆରେ ନ ଥିଲେ କେହି
ମାଁ ଜନ୍ମ ଦେଇ ଛାଡ଼ି ଚାଲିଗଲେ
ବାପାଙ୍କ ପତ୍ତା ବି ନଥିଲା ।
ଦୁନିଆର ରାଜରାସ୍ତାରୁ
ଅନାଥ ଶ୍ରମ ଯାଏ
ଏହା ହିଁ ତ ମୋର
ପରିଚିତ ଇଲାକା ।
ଅନାଥାଶ୍ରମର ଅନ୍ତେବାସୀଙ୍କ
ସ୍ନେହ ଆଦର ରେ ଗଢ଼ା
କିଛି କରିବାର ଇଛା ନେଇ
ଆଜି ମୁଁ ଆଇନର ରକ୍ଷକ
ପୋଲିସ ଅଫିସର ।
ମୋ ଭଳି ଅନେକ ନିରାଶ୍ରୟଙ୍କୁ
ଆଜି ମୁଁ ସାହାରା ଦେଇଛି
ମଣିଷ ପରି ଗଢ଼ିବା ପାଇଁ
ଭୀଷ୍ମ ପ୍ରତିଜ୍ଞା ନେଇଛି
ପିତୃମାତୃ ହୀନ ଙ୍କୁ
ପିତାମାତା ର ସ୍ନେହ ମୁଁ ଦେଇଛି ।
ତୁମେ ହିଁ ଦେବଦୂତ
ମୋ ମନ ଇଲାକାରେ
କର୍ମ ଭୂମିରେ ସହଯୋଗୀ
ଜୀବନ ଯାତ୍ରା ପଥରେ
ମୋ ଜାଗ୍ରତ ପ୍ରହରୀ ।
ସେଦିନ ର କଥା
ଆଜିବି ମୋର ମନେପଡେ
ଡକାୟତଙ୍କ ହାବୁଡ଼ରେ
ମୁଁ ପଡି ଯାଇଥିଲି ।
ଯେତେ ଚେଷ୍ଟା କଲେ ବି
ମୁକୁଳି ପାରି ନଥିଲି
ତୁମେ ହିଁ ବଞ୍ଚାଇଥିଲ ମତେ
ଓଠରେ ସ୍ମିତ ହାସ୍ୟ ନେଇ ।
ସାଉଁଟି ନେଇଥିଲ ମୋ ଜୀବନକୁ
ତୁମ ହୃଦୟ ସିଂହାସନେ ରାଣୀ କରି
ମଥାରେ ସିନ୍ଦୁର ଦେଇ
ସ୍ତ୍ରୀର ପରିଚୟ ଦେଲ
ପିତୃମାତୃ ହୀନ ଅନାଥିନିକୁ
ଯାହାର କିଛି ବି ପରିଚୟ ନଥିଲା ।