STORYMIRROR

Prasanta kumar Hota

Inspirational

2  

Prasanta kumar Hota

Inspirational

ଓଡ଼ିଶା ହକି ବିଶ୍ୱ କପ୍

ଓଡ଼ିଶା ହକି ବିଶ୍ୱ କପ୍

1 min
1.6K


ଆସିଛିରେ ଆଶା ପାଇଛୁ ଭରସା

ପୂର୍ଣ ହେବ ଅଭିଳାଷା

ହେବାପାଇଁ ଉଚ୍ଚ ଧରିଅଛୁ ଆଞ୍ଚ

ବାନ୍ଧିଅଛୁ ମନେ ବସା


କଳିଙ୍ଗ ଓଡିଶା ପ୍ରଦେଶ ପ୍ରତ୍ୟାଶା

ସମ୍ମାନ ର ଶତ ଆଶା

ଗୌରବ ଆଣିବା ଗାଥା ଗାଉଥିବା

ହୋଇବା ପ୍ରଥିତଯଶା


ବିଜୁ କଲେ କଥା ଗୌରବର ଗାଥା

କଳିଙ୍ଗ ଟେକିବ ମଥା

ନୟାପଲ୍ଲୀ ଠାରେ ଷ୍ଟାଡିୟମ କରି

ଦେଲେ ସେ ଦେଶକୁ ବାର୍ତ୍ତା


ଆସରେ ଆସରେ ଅଗ୍ରସର ହୁଅ

ଖେଳିବାକୁ ହେବ ଖେଳ

ଓଡ଼ିଶାର ଆମ ସୁନ୍ଦର ଗଡରେ

ହକିର ଅନ୍ତୁଡି ଶାଳ


ପାଇଛୁ ଦିଲିପ ପ୍ରବୋଧ ଈଗ୍ନେସ

ଲାଜାରୁସ ପରି କେତେ

ନବୀନ ଯାହାର ପ୍ରୋତ୍ସାହନ ଭାର

ଆଉ କେ ରହିବ ପଛେ


ସୁଯୋଗ୍ୟ ସନ୍ତାନ ବୋଲି ସିନା ସିଏ

ମହାକୁମ୍ଭ କଲେ ଠିଆ

ହକି ବିଶ୍ୱ କପ୍ ହୋଇଲା ସାକାର

ବିଶ୍ବବାସୀ ଦେଲେ ଵାହା


ଭୁବନେଶ୍ବରକୁ ସଜାଇ ଦେଲେ ସେ

ଅବିଶ୍ୱାସ ହେଲା ଦୂର

ଉତ୍ସବ ମୁଖର ହେଲା ହକି ପାଇଁ

ଆମର ଦ୍ୱୈତ ସହର


କଳିଙ୍ଗ କରିଛି ଷ୍ଟାଡିୟମ ଶ୍ରେଷ୍ଠ

ବିଶ୍ଵବାସୀ ଦେଲେ ମାନ

ଆସିଲେ ମାଧୁରୀ ସାହାରୁଖ ଖାନ

ଆକର୍ଷଣ ରେହେମାନ


ଉତ୍କଳ ପ୍ରଦେଶ ପାଇ ପ୍ରୋତ୍ସାହନ

ହେବ ଏବେ ହକିମୟ

ଉଜ୍ଜୀବିତ ହେବ ଖେଳର ପ୍ରତିଭା

ହେବ ଓଡିଶାର ଜୟ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational