STORYMIRROR

KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-34: ଲୋକନାଥ ପଣ୍ଡା

ଓଡ଼ିଆ ଜାତିର ଲଢୁଆ ବୀର-34: ଲୋକନାଥ ପଣ୍ଡା

1 min
212

ରମ୍ପେଲା ଗାଆଁର ଲୋକନାଥ ପଣ୍ଡା ଧନୀ-ମାନୀ ଗଉନ୍ତିଆ,

ଶରଧାରେ ତାଙ୍କୁ ଲୋକ ଡାକୁଥିଲେ ଲୋକନାଥ ଗଡ଼ତିଆ |


ଅପାର ସାହସୀ ଜାଣିଥିଲେ ପୁଣି ରାଜନୀତି କୂଟନୀତି,

ସ୍ଵାଧୀନ ଚେତା ସେ ଅନ୍ୟାୟ ବିରୁଦ୍ଧେ ଟାଣ କରିଥିଲେ ଛାତି |


ଜାଣି ତାଙ୍କ ଗୁଣ-ବଳ ପରାକ୍ରମ ସଂଗ୍ରାମୀ ସୁରେନ୍ଦ୍ର ଆସି,

ବିଦେଶୀ ଶାସକେ ହଟାଇବା ପାଇଁ ଯୋଜନା କରିଲେ ବସି |


ଦେଇ ଉପଦେଶ କରିଲେ ବିନାଶ ଫିରିଙ୍ଗି ଫଉଜ ବଳ,

ଥରହର ହେଲେ ବିଦେଶୀ ଶାସକ ମାତିଲେ ବିଦ୍ରୋହୀ ଦଳ |


ବିଶ୍ଵାସ ଘାତକ ଦୟାନିଧି ପାଇଁ ଧରା ପଡ଼ିଗଲେ ବୀର,

ଛତିଶଗଡ଼ରେ ହୋଇଲା ଶୁଣାଣି ଆଜୀବନ କାରାଗାର |


ରାୟପୁର ପରେ ଆସିରଗଡ଼ରେ ବନ୍ଦୀଶାଳା ହେଲା ବାସ,

ଅତି ଭୟଙ୍କର ବିଦ୍ରୋହୀଙ୍କୁ ଧରି ଇଂରେଜ ନେଲେ ନିଶ୍ଵାସ |


ହେମଗିରି ଲୋକେ ବିକଳ ହୋଇଲେ ଗଉନ୍ତିଆ ପଥଚାହିଁ,

ରମ୍ପେଲା ଗାଆଁରେ ଚିଠି ପହଞ୍ଚିଲା ଲୋକନାଥ ଆଉ ନାହିଁ |


ଦୁର୍ଦ୍ଦାନ୍ତ ବିଦ୍ରୋହୀ ମୃତ୍ୟୁର ସମ୍ବାଦ ଦେବାକୁ ମଣିଲେ ଭୟ,

ଦୁଇବର୍ଷ ପରେ ଡେପୁଟି ସାହେବ କଲେ ପତ୍ର ବିନିମୟ |


ଗଡ଼ତିଆ ବୀର ଫେରିଲେନି ଆଉ ଝୁରିଲା ରମ୍ପେଲା ଗାଆଁ,

ଭୁଲି ହୁଏନାହିଁ ସଂଗ୍ରାମ କାହାଣୀ ବୀର ଲୋକନାଥ ନାଆଁ |

000


Rate this content
Log in

Similar oriya poem from Tragedy