Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

4  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-33: ଲୋଚନା ସର୍ଦ୍ଦାର

ଓଡ଼ିଆ ଜାତିର ଲଢୁଆ ବୀର-33: ଲୋଚନା ସର୍ଦ୍ଦାର

1 min
259



ଘୁମୁସର ପୁଅ ଲୋଚନା ସର୍ଦ୍ଦାର ବାଣପୁର ରାଜ୍ୟ ଘର,

ତନ୍ତ୍ର-ମନ୍ତ୍ର ବିଦ୍ୟା ଧନୁ ଚାଳନାରେ ଧୂରନ୍ଦର ବୀରବର ।


ଛାତିରେ ଭରିଛି ସିଂହର ସାହସ ବାହୁରେ ହାତୀର ବଳ,

ଧନୁ-ତୀର ଗୁଳି ଦେହରେ ଗଳେନା ପିଇଛି ଅକାଟ ଜଳ ।


ପଞ୍ଚୁଆ ଫତୁରୀ ଇଂରେଜ ହଟାଅ କନ୍ଧମେଳି କଥାଶୁଣି,

ଗରଜି ଉଠିଲେ ବୀର ନାଗବଚା ଉଠାଇ ନିଜର ଫଣୀ ।


ପାଟଶାଣୀ ପୁଅ କୃତ୍ତିବାସ ବୀର ବିପ୍ଲବର ସେନାପତି,

ଲୋଚନା ସର୍ଦ୍ଦାର କାୟା ସଙ୍ଗେ ମାୟା ଯୁଦ୍ଧରେ ରହିଲେ ମାତି ।


ବଣ ପାହାଡ଼ର ଘାଟି-ଖୋଲ ଦେଖି ଲୁଚାଇ ରଖିଲେ ଅସ୍ତ୍ର,

ଗରିଲା ଯୁଦ୍ଧରେ ଫିରିଙ୍ଗି ସେନାଙ୍କୁ ମାରି କଲେ ଛାରଖାର ।



କୃତ୍ତିବାସ ବୀର ଧରା ପଡ଼ିଗଲେ କପଟୀ ଶ୍ଵଶୁର ହାତେ,

ଗୁହାରୁ ବାହାରି ନିଜେ ବନ୍ଦୀହେଲେ ପ୍ରଭୁଭକ୍ତି ରଖି ଚିତ୍ତେ ।


ବିଚାର ଶେଷରେ କନ୍ଧ ଲୋଚନାର ଖଲାସ ହୁକୁମ ହେଲା,

ମୋର ପ୍ରଭୁପାଇଁ ଯିବିନାହିଁ କାହିଁ ଲୋଚନା ଉତ୍ତର ଦେଲା ।


କୃତ୍ତିବାସ ସଙ୍ଗେ କଳାପାଣି ଗଲେ ଜଡ଼ି-ବୁଟି ମନ୍ତ୍ରଧରି,

ମାଟି ମାଆ ଦୁଃଖ ଦେଖିବେନି ବୋଲି ଆସିଲେନି ଦେଶଫେରି ।


ଇତିହାସ କହେ ଧନ୍ୟ ସେ ଲୋଚନା ଧନ୍ୟ ତାଙ୍କ ଦେଶପ୍ରେମ,

କନ୍ଧ ସମାଜର ମଉଡ଼ମଣି ସେ ଅମର ଲୋଚନା ନାମ ।



Rate this content
Log in

Similar oriya poem from Tragedy