ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ


"କ "ଠାରୁ "କ୍ଷ "ପର୍ଯ୍ୟନ୍ତ
କ, ଖ, ଗ, ଘ, ଙ
ରାଗ -ଚୋଖି
(କ)
କର ନିବେଶି କପୋଳେ ମତି ତୁମ ପଦ ତଳେ
କମଳା କାନ୍ତ କମଳ ପଦେ ଶରଣ l
କାମନା ନିମଗ୍ନ ଦେହୀ କାମ କ୍ରୋଧେ ବଶ ହୋଇ
କରେନା ତୁଣ୍ଡେ ଦିନେ ମୁଁ ତୋ ନାମ ଗାନ l
କରେ ଆଜି ପଦ ବନ୍ଦନ
କଳୁଷ ଛିଦ୍ର ଛେଦ ହେ ଦୁଃଖନାଶନ l
(ଖ )
ଖ'ମଣ୍ଡଳ ତ୍ୟାଗ କରି ଖଗ ଆସନ ବିହାରୀ
ଖଳ ନାଶନେ ମଞ୍ଚରେ ତୋ ଅବତାର l
ଖଳ ଦୁଷ୍କୃତଙ୍କୁ ମାରି ମେଦିନୀ ଭାରା ନିବାରି
ଅଖିଳ ଭକତ ଜନେ କର ନିସ୍ତାର l
ଖେଳା ଲୀଳା ଅନ୍ତିମ କାଳେ
ଖୋଜିଲେ ଦିଅ ଦର୍ଶନ ହୃଦ କମଳେ l
(ଗ )
ଗାତ୍ର ଯେସନ ଶୋଭିତ ତମାଳର ପତ୍ର ବତ
ପୀତ ବସ୍ତ୍ରରେ ଆଵୃତ୍ତ ଶ୍ରୀଅଙ୍ଗ ଶୋଭା l<
/p>
ଗଗନରୁ ରବିରଶ୍ମି ଖସିବା ପ୍ରାୟକ ଦିଶି
ମନ ନୟନେ ସେ ଶୋଭା ଆହା କି ଲୋଭା l
ଗତ ଜନ୍ମେ ଥିଲେ ସୁକୃତ l
ଗତାଗତ କାଳେ ଜୀବନ ଉପକୃତ l
(ଘ )
ଘର ସଂସାରର ମାୟା ମାତା ପିତା ବନ୍ଧୁ ଜାୟା
ପୁତ୍ର କନ୍ୟା ସହୋଦର ସଖାରେ ପ୍ରୀତି l
ଘଟଣ ଶ୍ରୀମୁଖ ରୂପ ଅନନ୍ତ ରୂପ ଅରୂପ
ପ୍ରୀତିରେ ନବଳେ କେବେ ଜୀବର ମତି l
ଘଟ ତେଜ୍ୟା କଲେ ଜୀବନ
ଘର ପର ପର ହୋନ୍ତି ଆତ୍ମୀୟ ଜନ l
(ଙ )
ଓଁ କାର ଉଚ୍ଚାରି ହୃଦ ଉଚ୍ଚ ନୀଚ୍ଚ ଭେଦ ଭାବ
ଦୂରକରି ଭବ ଜନେ ଭାବି ଆତ୍ମୀୟ l
ଉତ୍ତମ ବାଣୀ ବଖାଣି ନୀଚ୍ଚ ସ୍ଵଭାଵକୁ ଜିଣି
ପାରିଲେ ଜୀବ ଜୀବନ ମଙ୍ଗଳ ମୟ l
ଉତ୍ତମ ଲୋକଙ୍କ ସାନ୍ନିଧ୍ୟ
ଉଚ୍ଚିତ ମାର୍ଗରେ ସାଧ୍ୟ ସର୍ବ ଅସାଧ୍ୟ l