STORYMIRROR

Kalandi pal

Inspirational

3  

Kalandi pal

Inspirational

ଓଁ ମା ଲଷ୍ମୀ

ଓଁ ମା ଲଷ୍ମୀ

1 min
223


ଗଡିଆ ପାଣିରେ  ଫୁଟିଛି ପଦୁଅଁ

    ମାଆର ମଣ୍ଡଣି ପାଇଁ,

ବସୁଧା ମାଆ ଯେ  ସଜାଇଛି ଦୁବ,.

    ତାହାର ବନ୍ଦାଣ ପାଇଁ,

       ଧନରେ,

ବେଗେ ତୋଳିଆଣ ଯାଇ,.

ବରକୋଳି ପତ୍ର  ପୂଜାର ବିଧାନ

    ଅଗରୁ ଚନ୍ଦନ ନେଇ,

ଝୁଣା ଧୂପ ଦୀପ  ସଜାଇ ରଖିବ

   କୁସୁମ ହାରଟି ଥୋଇ,

        ଧନରେ

ଯୋଗାଡ଼ିବ ବେଗେ ଯାଇ,

ଗେଣ୍ଡୁଫୁଲରେ ତ  ମାଆର ଶରଧା,

    ଭକ୍ତିରେ ଗୁନ୍ଥିବୁ ତୁହି,

ଅରୁଆ ଚଉଳେ  ଝୋଟି ପକାଇବୁ,

    କମଳା ମାଆଙ୍କ ପାଇଁ,

        ଧନରେ

ପୂଜିବୁ ଚରଣେ ଦେଇ,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational