STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଓମିକ୍ରନ୍

ଓମିକ୍ରନ୍

1 min
142

   

     କରୋନା ଭୂତାଣୁ ର ଏ ତ

     ନୂଆ ଅବତାର ଜାଣ

   ଦକ୍ଷିଣ ଆଫ୍ରିକା ଏହାର ଉତ୍ପତ୍ତି ସ୍ଥାନ

    ସାରା ବିଶ୍ବକୁ କରୁଛି ଖାଲି ହଇରାଣ

     ନାମଟି ଏହାର ଅଟେ ଓମିକ୍ରନ ।


    ନୂଆ ଜାତି ପ୍ରଜାତି ଧରି

      କରୋନା ଆସୁଛି ନେଇ

       ନୂଆ ନୂଆ ଲହରୀ

    ବିଶ୍ଵେ ରଚାଉଛି ମୃତ୍ୟୁ ଓ ଆକ୍ରାନ୍ତଙ୍କ

      ସଂଖ୍ୟା ତା ମନ ଭରି

    ମଣିଷ ସମାଜ ହୁଏ ଆତଙ୍କିତ ଜାଣ

     ଜୀବନ ଜୀବିକା ପରେ ତାଙ୍କ ପଡେ

        ଦିନୁଁ ଦିନ ପ୍ରଭାବ ଘୋର

       ଛାତ୍ର ଛାତ୍ରୀଙ୍କ ର ଶିକ୍ଷା

       ଗରୀବ ବାପୁଡାକୁ ନ ମିଳଇ ଭିକ୍ଷା

     ସରକାରୀ ବେସରକାରୀ ଅନୁଷ୍ଠାନ

       ସଭିଙ୍କୁ ଅଚଳ କରୁଛି

          କରୋନାର ଭୂତାଣୁ ମାନ

     ମଣିଷ ମରନ୍ତି ହୋଇ ଛଟପଟ

       ଜୀବନ ଜୀବିକା ଆଜି ହୋଇଅଛି ସଂକଟ

      ଧନ ଜନ ଜୀବନ ସବୁ ବିଶ୍ଵେ ଏବେ ବିପନ୍ନ

      କରୋନା ଭୂତାଣୁ, ଡେଲ୍ଟା ଅବା ଓମିକ୍ରନ

        ସଭିଙ୍କୁ ମାରି ସେମାନେ ଖାଇଲେ ଜାଣ ।


      ଗାଁ ଠୁ ସହର

       ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ପୁଣ

      ସରବେ ଶିକାର ଏଥିରେ ଜାଣ

       କରୋନା, ଡେଲ୍ଟା ଅବା ହେଉ ଓମିକ୍ରନ

     ମୃତ୍ୟୁ ଓ ଆକ୍ରାନ୍ତର ତାଣ୍ଡବଲୀଳା

         ରଚନ୍ତି ସେମାନେ ବିଶ୍ଵେ ଘନ ଘନ

      ବିଶ୍ଵ ସ୍ବାସ୍ଥ୍ୟ ସଂସ୍ଥା ନୂଆ ନୂଆ

         ସତର୍କ ସୂଚନା ଦର୍ଶାଏ କେତେ କ'ଣ

      ମାସ୍କ ପିନ୍ଧିବାକୁ ଦିଏ ନିର୍ଦ୍ଦେଶ

      ସାନିଟାଇଜର ବ୍ୟବହାର କର ମଣିଷ

      ହାତକୁ ବାରମ୍ବାର ଧୋଇବା ଆସ

      ସାମାଜିକ ଦୂରତା ରକ୍ଷା କର 

        ନିଶ୍ଚେ ହେ ବିଜ୍ଞ ମନୁଷ୍ୟ ।


     ରୋଗ ର ତୁରନ୍ତ କର ପରୀକ୍ଷା

       ଡାକ୍ତରଙ୍କ ପରାମର୍ଶେ ରୁହ ସୁରକ୍ଷା

     ଥଣ୍ଡା, କାଶ, କଫ କୁ ଦେବା ଦୂରେଇ

       ଗରମ ଚିକିତ୍ସା ରେ ସଭିଏଁ ରହିବା

          ମୋ ଭଉଣୀ ଭାଇ

       ନିୟମିତ ଆମେ କାଢା ପିଇବା

      ଆଣ୍ଟିବାୟୋଟିକ, ଆନାଲଜେସିକ ଓ

       ଭିଟାମିନ ବି, ସି ଓ ମଲ୍ଟି ଭିଟାମିନ

         ଆଦି ନିଶ୍ଚେ ଖାଇବା

       ପାଣିକୁ ପିଇବା ଫୁଟାଇ

     ନିଜ ବସ୍ତ୍ରକୁ ନିଶ୍ଚୟ ସଫାସୁତୁରା

       ରଖିବା ମୋ ଭଉଣୀ ଭାଇ

    ସଂକ୍ରମିତ ରୋଗୀଙ୍କୁ ସଙ୍ଗରୋଧ କରି ରଖିବା

      ରୋଗ ହେବା ମାତ୍ରେ ମାନସିକ ସ୍ତରେ

        ମଜଭୁତ ରହିବା

     ତେବେ ତାକୁ ଆମେ କରିବା ଜୟ

      ଆକ୍ରାନ୍ତ ଓ ମୃତ୍ୟୁ ର ମନେ ହୃଦେ

        ନ ଆଣିବା ଭୟ

      ହେଉ ସେ କରୋନା

        ହେଉ ଅବା ଡେଲ୍ଟା ଅବା ସେ ଓମିକ୍ରନ

      ସୁଦୃଢ ରଖିବା ଆଗ ଆମ ମନ ପ୍ରାଣ

        ସ୍ବାସ୍ଥ୍ୟ ର କରିବା ନିଶ୍ଚେ ଯତନ

      ହାରିବ ତେବେ ଆମ ପାଶେ ସେ 

         ଭୂତାଣୁର ନୂଆ ନୂଆ ପ୍ରକରଣ।


      


        

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract