ଓମିକ୍ରନ
ଓମିକ୍ରନ
ସାବଧାନ ହୁଅ ମାଡି ଆସୁଅଛି
ଓମିକ୍ରନ ଭାରିଆଣ୍ଟ
କିଏ କହେ ପୁଣି ଓମାଇକ୍ରଅନ
ପାଣ୍ଡେମିକ ହେଭିଏଷ୍ଟ ।
ଦୁଇ ବର୍ଷ ହେଲା ବ୍ୟାପିଲା କରୋନା
କରିଦେଲା ଗୃହବନ୍ଦୀ
ହାତକୁ ଧୋଇଲୁ ସାବୁନ ଲଗାଇ
ମୁହଁରେ ମାଆସ୍କ ପିନ୍ଧି ।
ପକେଟରେ ରଖି ସାନିଟାଇଜର
ଟୀକାର ଡବଲ ଡୋଜ
ନେଲାପରେ ଟିକେ ହୋଇଲୁ ଉଶ୍ୱାସ
ମାନୁ ନାହିଁ କ୍ଲୋଜ ଫ୍ଲୋଜ ।
ଘାତକ କରୋନା ନୁହେଁ ପ୍ରାକୃତିକ
ସାଙ୍ଘାତିକ ତାର ଗତି
ମାରକ କ୍ଷମତା ବଢୁଅଛି କାଳେ
ଜନ୍ମାଏ ନୂଆ ପ୍ରଜାତି ।
ପ୍ରକରଣ ତାର ପୂର୍ବ ପ୍ରାୟୋଜିତ
ବଦଳାଏ ରୂପ ନିତ୍ୟ
ରକେଟ ପ୍ରାୟକ ବୃଦ୍ଧିକରେ ବେଶୀ
ସଙ୍କ୍ରମଣ ହାର ପଥ ।
ସତର୍କତା ସହ ରହିବା ଉଚିତ
ମାନୁଥିବା ପ୍ରୋଟୋକଲ
ଯିବା ନାହିଁ ବେଶୀ ଗହଳି ସ୍ଥାନକୁ
ଦୂରତାରେ ଚାଲବୁଲ ।
ମାନିଲେ ନିୟମ ନିଜ ପାଇଁ ଭଲ
ସମାଜ ହୁଏ ସୁରକ୍ଷା
ନୁହେଁ କଟକଣା ବଞ୍ଚିବା ସମସ୍ତେ
କେବଳ ମାତ୍ର ପ୍ରଚେଷ୍ଟା ।
ହୋଇଲେ ସାମାନ୍ୟ ତମ ଅବହେଳା
ବିପଦ ଆସିବ ମାଡି
ନିୟନ୍ତ୍ରିତ ଆଉ କରିହେବ ନାହିଁ
ବ୍ୟାପିଯିବ ମହାମାରୀ ।
ଅନୁରୋଧ ଏଣୁ ରହନ୍ତୁ ସଜାଗ
ଜନଗଣ ସାବଧାନ
ହାରିବ ନିଶ୍ଚୟ ଦୁଷ୍ଟ ଓମିକ୍ରନ
ଜୀବନ ମହାସ°ଗ୍ରାମ ।
