STORYMIRROR

Sangita Mishra Satapathy

Children

3  

Sangita Mishra Satapathy

Children

ଓମିକ୍ରନ ଯିବ ଦୂରେ

ଓମିକ୍ରନ ଯିବ ଦୂରେ

1 min
161

ଏକ ଦୁଇ ଓମିକ୍ରନକୁ ଡରନା କେହି

ଦୁଇ ଦୁଇ ଚାରି ଆସେ ଓମିକ୍ରନ ମହାମାରୀ

ତିନି ତିନି ଛଅ ମୁଖେ ମାସ୍କ ପିନ୍ଧୁଥାଅ

ଚାରି ଚାରି ଆଠ ସାବୁନ୍ ରେ ଧୁଅ ହାତ

ପାଞ୍ଚ ପାଞ୍ଚ ଦଶ ଦୂରାଇ ରଖ ଥଣ୍ଡା କାଶ 

ଛଅ ଛଅ ବାର ଦେଖାଉଥା ଡାକତର

ସାତ ସାତ ଚଉଦ ରହିଥାଅ ସତର୍କ 

ଆଠ ଆଠ ଷୋହଳ ସ୍ବଚ୍ଛତା ନିୟମ ପାଳ

ନ'ନଅ ଅଠର "ସଚେତନତାହିଁ ସୁସ୍ଥତାମନ୍ତର "

ଦଶ ଦଶ କୋଡିଏ ଆମେ ରହିବା ଘରେ

ଓମିକ୍ରନ ଯିବ ଦୂରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children