STORYMIRROR

Nityananda Sahu

Romance

3  

Nityananda Sahu

Romance

ଓଃ, ଏ ରାତି

ଓଃ, ଏ ରାତି

1 min
181


ଓଃ , ଏରାତି

ବଦମାସୀ ମନେ ଭରୁଛି ଆଜି ତାତି

ଚୁପି ଚୁପି ଆସି ଷୋଳ ବୟସୀ

କହିଯାଏ କାନେ କିଛି

ଓଃ, ଏରାତି ଓଃ, ଏରାତି !

ବଦମାସୀ ମନେ ଭରୁଛି ଆଜି ତାତି ।।

ଧୀରେ ଧୀରେ ନିଆଁ ଲାଗେ ସମୁଦ୍ରରେ

ଥିରି ଥିରି ଧୂଆଁ କଅଁଳେ ଶରୀରରେ

ଗୁମସୁମ ମନ ଭାରି ଅସ୍ଥିର

ପାଖେ ପାଇ ନୂଆଁ ପ୍ରୀତି

ଓଃ, ଏରାତିଓଃ, ଏରାତି !

ବଦମାସୀ ମନେ ଭରୁଛି ଆଜି ତାତି ।।

ଆହେ ତା" ଚାହାଣୀ , ନିଦ ହଜେଇଛି

ସପନରାଇଜେ, ପ୍ରିୟା କୁ ଖୋଜୁଛି

ଏଡ଼େ ଫାଜିଲି ସବୁ ଜାଣିକି

ରହୁଛି ନ କହି କିଛି

ଓଃ, ଏରାତି ଓଃ , ଏରାତି !

ବଦମାସୀ ମନେ ଭରୁଛି ଆଜି ତାତି ।।

ବୟସ ପାହାଚରେ ଯୌବନ ଶିଉଳି

ପ୍ରେମର ନିଶାରେ ପଡିଛି ମୁଁ ଟଳି

ଅଭିମାନିନୀ ଏଡ଼େ ଫୁଲେଇ

ନାକ ଅଗେରାଗି ଯାଉଛି

ଓଃ, ଏରାତି ଓଃ, ଏରାତି !

ବଦମାସୀ ମନେ ଭରୁଛି ଆଜି ତାତି ।।

ଆହେ ତା" ଗୋଲାପୀ ଓଠ

ଉଡାଏ ମୋ ହୋଅଷ୍

ତା" ଠାଣି ତା" ନଖରାମି

ପାରୁନି କିଛି ମୁଁ ଜାଣି

ପାଖକୁ ଗଲେ ମାରି ଦେଉଛି

ମତେ କହୁଣୀ

ଓଃ, ଏରାତି ଓଃ, ଏରାତି !

ବଦମାସୀ ମନେ ଭରୁଛି ଆଜି ତାତି ।।

ଆଖିରେ ନାହିଁ ନିଦ, ତକିଆରେ ତୁମ ଭାଵ

ସହଳ ବେଗି ଆସ, ହେବି ନାହିଁ ଜମା ଦୁଷ୍ଟ

ତୁମରି କୋଳରେ ପ୍ରୀତିର ନଈରେ

ପାର ଦେବ ଯଦି ବୁଡ଼େଇ

ଓଃ, ଏରାତିଓଃ , ଏରାତି

ବଦମାସୀ ମନେ ଭରୁଛି ଆଜି ତାତି ।।

#ସିଧାକଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance