STORYMIRROR

RUNALAILA MOHANTA

Inspirational Children

4  

RUNALAILA MOHANTA

Inspirational Children

ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ

ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ

1 min
412

ଓଡ଼ିଶାରେ ଅଛି କେତେ ପର୍ଯ୍ୟଟନ ସ୍ଥଳୀ

ବିଛେଇ ଦେଇ ତା ସୌନ୍ଦର୍ଯ୍ୟର ଖଣି ।

 

ପ୍ରଧାନପାଟ ଜଳପ୍ରପାତର ଶାନ୍ତ ପରିବେଶ

ଆକର୍ଷଣ ବଢାଏ ଦେବଗଡ ଜିଲ୍ଳାର ।


ବଡଘାଗରା ଓ ସାନଘାଗରା ଜଳପ୍ରପାତ

କେନ୍ଦୁଝର ଜିଲ୍ଲାର ଦୁଇ ମୁଖ୍ୟ ଆକର୍ଷଣ

ମାଛ କାନ୍ଦଣାରୁ ବୋହି ଆସିଛି ବଡଘାଗରା

ସୂର୍ଯ୍ୟାସ୍ତରେ ତା ସୌନ୍ଦର୍ଯ୍ୟ ଦିଶେ ଭାରି ବଢ଼ିଆ ।


କଳାହାଣ୍ଡି ଜିଲ୍ଲାର ଫୁରଲିଝରଣ ଜଳପ୍ରପାତ

ସୂର୍ଯ୍ୟ କିରଣେ ପ୍ରତିଫଳିତ ଇନ୍ଦ୍ରଧନୁ ପାଇଁ ନାମିତ।


ଝାରସୁଗୁଡାର ସେ କୋଇଲିଘୁଗର ଜଳପ୍ରପାତ

ଓଡ଼ିଶାର ବଡ ନଦୀରେ ମିଶି ହୋଇଅଛି ଶେଷ।


ପ୍ରକୃତିର ଆନନ୍ଦ ଦିଏ ଖଣ୍ଡାଧାର

କେନ୍ଦୁଝର ର ଅନ୍ୟ ଏକ ଆକର୍ଷଣ।


ଓଡ଼ିଶା ର ଜଣା ଶୁଣା ଜଳପ୍ରପାତ

ଡୁଡୁମା ସର୍ବୋଚ୍ଚ ମଧ୍ୟେ ଅନ୍ୟତମ।


ମୟୂରଭଞ୍ଜର ଜରନ୍ଦା ଓ ବରେହିପାଣି

ଏହି ଜିଲ୍ଲାର ଜାତୀୟ ଉଦ୍ୟାନରେ ସ୍ଥିତ

ମେଘାସିନୀ ପାହାଡରୁ ଆସିଛି ସେ ଝରି

ଭାରତର ଦ୍ଵିତୀୟ ସର୍ବୋଚ୍ଚ ବରେହିପାଣି।


ସୁନ୍ଦରଗଡ଼ ଜିଲ୍ଲାର ସେ ଜଳପ୍ରପାତ

ଖଣ୍ଡାଧାର ନାମରେ ପ୍ରକୃତିର ଉପହାର।


ଭିତକନିକା ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶାର ବନ୍ୟଜନ୍ତୁ ପାଇଁ ସ୍ୱର୍ଗ ସମାନ ।


କଇଁଛ କୁମ୍ଭୀର ବ୍ୟାଘ୍ର ପାଇଁ ଜଣାଶୁଣା

କେନ୍ଦ୍ରାପଡ଼ା ମୟୂରଭଞ୍ଜ ର ସେ ସୁନା।


ଜାତୀୟ ଉଦ୍ୟାନ ସେ ଶିମିଳିପାଳ

ଓଡ଼ିଶାର ରାଣୀ ହୋଇଛି ଆମ। ।


ସମ୍ବଲପର ଆଉ କେନ୍ଦ୍ରାପଡା ର ଆକର୍ଷଣ

ଉଡୁଥିବା ଗୁଣ୍ଡୁଚିମୂଷା ଆଉ ହାତୀ ପାଇଁ ଜାଣ।


ଗୋହିରମଠ ଚନ୍ଦକା ଉଷାକଠି ବଡରାମ

ରହି ଅଛି କେତେ ଅଭୟାରଣ୍ୟ ।।


 


Rate this content
Log in

Similar oriya poem from Inspirational