STORYMIRROR

Ajayakumar Mohanty

Abstract

4  

Ajayakumar Mohanty

Abstract

ଓଡ଼ିଶା

ଓଡ଼ିଶା

1 min
23K

ଓଡ଼ିଶା ରାଇଜେ ମୋ ଘର 

ଓଡ଼ିଆ ଜାତି ଯେ ମୋହର

ଓଡ଼ିଶାକୁ ମଣେ ମୁଁ ଯେ ବଡ଼ 

ଓଡ଼ିଶା ଗଢ଼ା ମୋର ଧଡ

ଓଡ଼ିଶା ସଲିଳ ସମୀର 

ରଖିଛି ଜୀବନ ମୋହର

ଓଡ଼ିଶା ନଦୀ ଯେ ନିର୍ଝର 

କ୍ଷେତକୁ ଯୋଗାଅନ୍ତି ନୀର

ଓଡ଼ିଶା ସବୁଜ ଶ୍ୟାମଳ 

ଉପୁଜେ ନାନାଦି ଫସଲ

ଓଡ଼ିଶା ସାଗରର ତୀର 

ରହିଛି ଅନେକ ବନ୍ଦର

ଓଡ଼ିଶାର ବଡ଼ ଠାକୁର 

ଜଗନ୍ନାଥ ନାମ ଯାହାର

ଓଡ଼ିଶାର ଭୁବନେଶ୍ବର 

ରାଜଧାନୀ ସେ ଓଡ଼ିଶାର

ଯହିଁ ଲିଙ୍ଗରାଜ ମନ୍ଦିର

ଓଡ଼ିଶାର ମଠ ମନ୍ଦିର 

ରହଣି ଯେ ବୈଷ୍ଣବଙ୍କର

ଓଡିଶା ରତ୍ନଗିରି ଶଇଳ 

ପୂରୁବ ବୌଦ୍ଧ ପୀଠ ସ୍ଥଳ

ଓଡ଼ିଶାର ବଡ଼ ସହର 

ବିଖ୍ୟାତ କଟକ ନଗର

ମୁଖ୍ୟ ନ୍ୟାୟାଳୟ ବିଚାର 

ବଡ଼ ମେଡିକାଲ ସେଠାର

ଓଡ଼ିଶାର ଚିଲିକା ସର 

ପ୍ରକୃତି ଶୋଭାର ଭଣ୍ଡାର

କଳା ଭାସ୍କର୍ଯ୍ୟ ଓଡିଶାର 

ଜଗତେ ନାହିଁ ପଟାନ୍ତର

ଓଡ଼ିଶାର ନଗ୍ର ଯାଜପୁର 

ମାଆ ବିରଜାଇ ମନ୍ଦିର

ସ୍ନାନ କଲେ ପବିତ୍ର ନର 

ଦଶାଶ୍ୱମେଧ ଘାଟ ପର

ଓଡ଼ିଶା ଚଳନ୍ତି ଠାକୁର 

ଗଜପତି ଆଖ୍ୟା ଯାହାର

ଓଡ଼ିଶାର ଆଖଡ଼ା ଘର 

ପାଇକ ଶିକ୍ଷାର ଶିବିର

ଓଡ଼ିଶୀ ନୃତ୍ୟ ଓଡ଼ିଶାର 

ଜଗତେ ସୁଖ୍ୟାତି ତାହାର

ଓଡ଼ିଶା ସାଧବ ସୌଦାଗର 

ସାଗର ପାରି କାରବାର

ଓଡ଼ିଶା କବି ଭଞ୍ଜବୀର 

ସମାନ କାଳିଦାସଙ୍କର

ଓଡ଼ିଆ ବୀର ଓଡ଼ିଶାର 

ଅଶୋକ ନୁଆଁଇଲେ ଶୀର

ସହିଦ ବାଳ ଓଡ଼ିଶାର 

ଧରମା ବାଜିଆ କୁମର

ଓଡ଼ିଶା ଧଉଳି ପାହାଡ଼ 

ବୌଦ୍ଧ ଧର୍ମର ଦୃଷ୍ଟାନ୍ତର

ଅଜୟ କୁମାର ମହାନ୍ତି, ହରିପୁର,

 କବିରପୁର ,ଯାଜପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract