Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Abstract

4.0  

Binata Mohanta

Abstract

ଓଡିଶା ଇତିହାସର ଏକ ନୂତନ ପୃଷ୍ଠା

ଓଡିଶା ଇତିହାସର ଏକ ନୂତନ ପୃଷ୍ଠା

1 min
212



 ଉତ୍ତର ପଶ୍ଚିମାଞ୍ଚଳ ଓଡିଶା ପ୍ରାନ୍ତର

 ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଖଣି-ଖାଦାନ ଭରପୂର

  ଚତୁଃର୍ଦିଗ ପରିବେଷ୍ଟିତ ସବୁଜ ବଣ ଓ ପାହାଡ

    ଏହା ହେଉଛି ମୋ ବାସ ସ୍ଥାନ ସୁନ୍ଦରଗଡ  ।। 

ସୁନ୍ଦରଗଡ଼ର ଅଛି ବିଶ୍ଵ ଇତିହାସରେଏକ ସ୍ଵତନ୍ତ୍ର

ସ୍ଥାନ

ବିଶ୍ଵ ପ୍ରସିଦ୍ଧ ଇସ୍ପାତ କାରଖାନା କରି ସ୍ଥାପନ

     କ୍ରୀଡ଼ା ଜଗତରେ ମଧ୍ୟ ରଚିଛି ଇତିହାସ ନିଜସ୍ବ

 ଓଡିଶାକୁ ହକିର ଏନ୍ତୁଡ଼ିଶାଳ ରୂପେ ଜାଣଇ ବିଶ୍ଵ ।


ସୁନ୍ଦରଗଡ଼ ଜିଲ୍ଲାର ପବନ ଗାଏ ହକିର କାହାଣୀ

ଯୁବକ ଠାରୁ ବୃଦ୍ଧ ସଭିଙ୍କ ମୁଖେ ଚର୍ଚ୍ଚା ହକିରବାଣୀ

ଅପରାହ୍ନେ ସଭିଏଁ ଏକତ୍ରିତ ହୁଅନ୍ତି ହକିଖେଳିବାକୁ

 ଦିନଯାକର କାମ ସାରି ଓହ୍ଲାନ୍ତି ପଡିଆକୁ । 


ଉନବିଂଶ ଶତାବ୍ଦୀରୁ ଆରମ୍ଭ ହୁଏ

ଏହି ଖେଳ ସୁନ୍ଦରଗଡରେ

ସୃଷ୍ଟି କରିଛି ଏକ ନୂତନ ସ୍ଥାନ ଓ ମାନ୍ୟତା ବିଶ୍ଵ ଦରବାରେ

  ଶ୍ରେଷ୍ଠ କ୍ରୀଡାବିତ୍ ଚୟନ ହୁଅନ୍ତି ଗାଁ ପଡ଼ିଆରୁ

   ନିଜ ଇଚ୍ଛା ଓ ସ୍ବପ୍ନ ଆରମ୍ଭ ହୁଏ କ୍ରୀଡାବାସରୁ ।


ଅଭ୍ୟାସ ପାଇଁ ଅତ୍ୟାଧୁନିକ ପଡିଆ ସ୍ଥିତ ରାଉରକେଲା ଠାରେ

କ୍ରୀଡାବିତ୍ ପ୍ରଶିକ୍ଷଣ ନିଅନ୍ତି ଶ୍ରେଷ୍ଠ ଗୁରୁଙ୍କ ତତ୍ତ୍ଵାବଧାନରେ

ଦିଲ୍ଲୀପ, ବିରେନ୍ଦ୍ର, ଦୀପ ଗ୍ରେସ୍, ଶୁଭଦ୍ରା....ଭଳି ତାରକା

ତାଙ୍କ କଠିନ ପରିଶ୍ରମେ ହକିର ବଦଳାଇଛି ଭାଗ୍ୟରେଖା ।


ଏକ ଗୈାରବମୟ ଐତିହ୍ୟ ଜଡ଼ିଯାଇଛି ଇତିହାସ ପୃଷ୍ଠାରେ

ଓଡିଶା ସରକାରଙ୍କର ପ୍ରୋତ୍ସାହନ ମିଳୁଛି ଆଗକୁ ବଢ଼ିବାରେ

ପୁଣି ଥରେ ଦେଖି ବାକୁ ମିଳିବ ହକିର ଏକ ନୂତନ ଅଧ୍ୟାୟ

୨୦୨୩ର ଆନ୍ତର୍ଜାତିକ ହକି ଓଡିଶାକୁ ଦେବ ବଳିଷ୍ଠ ପରିଚୟ 



Rate this content
Log in

Similar oriya poem from Abstract