STORYMIRROR

Sukadev Mahanta

Abstract Others

3  

Sukadev Mahanta

Abstract Others

କିଏ ସରୁଅଛି

କିଏ ସରୁଅଛି

1 min
162

କିଏ ଆସୁଅଛି   କେ ଫେରିଯାଉଛି

   ବୟସ କି ବରଷ 

ସରିଅଛି କିସ   ବାକି ଅଛି କିସ

   ଶୋଷ କି ବା ଅବଶୋଷ?


କେଉଁ ଅନୁଭବ   ହୃଦେ ବସା ବାନ୍ଧି

  ଯାଉଛି ଦୂରେ ଉଭେଇ

ପ୍ରୀତି ପ୍ରଣୟ ନା  ପ୍ରତାରଣା କଷ୍ଟ

    କନ୍ଦାଇ ଯାଏ ଦୂରେଇ


କିଛି ସରୁନାହିଁ   କିଛି ଯାଉନାହିଁ

    ସବୁ ସମୟର ଦୋଷ,

ସମୟ ଆସୁଛି   ଯାଉଅଛି ପୁଣି

  ଯାଉଥିବ ବର୍ଷ ମାସ


ଚାଲିଯାଏ ଦିନ    ରହିଯାଏ ଚିହ୍ନ

     ଅବଶେଷ ଅବଶୋଷ,

ସୁଖର ଦୁଃଖର   ମିଶାଣ ଫେଡାଣ

   ଗୁଣନରେ ନାହିଁ ଶେଷ

ସୁଖର ହରଣ   ଦୁଃଖ ଦେଇ ହେଲେ

    ରହେ ଦୁଃଖ ଭାଗଶେଷ,

ସମୟ ରହିନି   ରହିବନି କେବେ

   ସରିଯିବ ମାସ ବର୍ଷ

ଛାଡିଦେଇଯିବ   ଛାତିର ଭିତରେ

    ଅବ୍ୟକ୍ତ ସେ ଦୀର୍ଘଶ୍ବାସ ,

ପ୍ରେମ ପ୍ରତାରଣା  ଅନେକ ଛଳନା

    ପ୍ରୀତିଭରା ସ୍ମୃତିକୋଷ

ସବୁର ରଚନା    ଲେଖି ରଖିଥିବ

     ଭାଗଶେଷ ଅବା ଅବଶୋଷ,


ସମୟ ସୁଅରେ   ପତର ସଦୃଶ

   ଭାସି ଚାଲଇ ମଣିଷ

ସମୟ ଆସିଲେ  ପ୍ରେମର ଫଗୁଣେ

   ଚହଟେ ବଉଳ ବାସ

 ପ୍ରୀତି ଫଗୁଣର   ଫଗୁ ରଙ୍ଗ ବୋଳି  

   ଦେହେ ମଳୟର ସ୍ପର୍ଶ


ସମୟ ସରିଲେ   ହାଟୁଆ ହାତର 

  କଉଡି ହୁଅଇ ଶେଷ,

କାଳ ବଳେ ନର     ବାହୁଡଇ ଘର

    କଉଡି ହୁଅନ୍ତେ ଶେଷ


ଚୋରା ଚଇତିର   ପାଗଳା ପବନ

     ଚୋରାଇ ନିଏ ସପନ

ଆଣଇ ବୈଶାଖ   ନିଦାଘର ଦାଉ

    ଅତିଷ୍ଠ ଶରୀର ମନ

ଚାତକୀର ମନ   ଚାହିଁ ବସିଥାଏ

   କେବେ ନିଦାଘର ଶେଷ

ଝରିବ ବରଷା    ପିଇବ ଆନନ୍ଦେ

   ମେଣ୍ଟାଇବ ତାର ଶୋଷ

ସମୟ ଖେଳଇ  ଚକା ଭଉଁରୀ ଯେ

   ସମୟର ହୁଏ ଶେଷ

ସମୟ ଆଣଇ    ଦୁଃଖ ଅବଶୋଷ

    ସମୟ କରେ ତା ଶେଷ

ଦିନ ସରିଯାଏ      ଚିହ୍ନ ରହିଯାଏ

    ଦେଇ ଉଷ୍ଣ ଦୀର୍ଘଶ୍ବାସ ।।   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract