STORYMIRROR

Archana Sahoo

Inspirational Children

4  

Archana Sahoo

Inspirational Children

ଓଡ଼ିଶା ଭ୍ରମଣ

ଓଡ଼ିଶା ଭ୍ରମଣ

1 min
398

କଟକ ପାଖରେ       ପୁରୀ ଖୋରଧା

    କେନ୍ଦ୍ରାପଡ଼ା ଯାଜପୁର

ଅନୁଗୁୁୁଳ ସାଥେ       ନୟାଗଡ ଲେଖ

    ଅଛି ଢେଙ୍କା ନାଳ ଯୋର ।


ଯାଜପୁୁୁର ସୀମା      ଭଦ୍ରକ ଲାଗିିିଛି

   ବାଲେଶ୍ୱର ଟିକେ ଦୂର

ମୟୂରଭଞ୍ଜ       ପାଖେ ବସି ଅଛି

    କେନ୍ଦୁ ଝର ନୁହେଁ ପର ।

କେନ୍ଦୁଝର ପାଖେ    ସୁନ୍ଦର ଗଡ ଲୋ

     ସୁନ୍ଦରୀ ମାନଙ୍କ ଭିଡ଼

ସମ୍ବଲପୁରିଆ       ନାଚ ଦେଖି ଦେଖି

   ଯିବେଟି ଦେବର ଗଡ ।


ବର ବାଛି ନେବ     ବର ଗଡ଼ ରୁ ଲୋ

    ସୁବର୍ଣ୍ଣ ପୁର ରୁ ସୁୁନା

ବଉଦ ସଵାରୀ      ନେଇକି ଯିବଟି

     ଆଣିବ କନ୍ଧ ରୁ କନ୍ୟା ।


ପାହାଡି କନିଆଁ      ଭାରି ସୁନ୍ଦରୀ ଲୋ

   ବଲାଙ୍ଗୀରି ବୁଲେଇବ

ନୂଆ ପଡ଼଼ାରେ       ନୂଆ ଶାଢ଼ୀ କିଣି

     କଳାହାଣ୍ଡି ଧରେଇବ ।


କନ୍ଧ ମାଳ ସାଥେ     ଗଞ୍ଜାମ ନୃପତି

    ଗଜପତି ଯିବ ଗଣି 

ରାୟଗଡା ପାଖେ    କୋରାପୁଟ ଶୁଣ

     ମାଲକାନଗିରି ପୁୁଣି ।


ନବରଙ୍ଗେ ସଜା     ନବରଙ୍ଗପୁର

   ଆହା କି ସୁନ୍ଦର ନାମ

ଜଗତସିଂହପୁର      ଛାଡିକି ଯିବନି

    ସମୁଦ୍ର କୂଳ ର ଧାମ ।


ବାର ଗଳି ତେର ଯାତରା ଦେଖିବ

ଓଡ଼ିଶା ରାଇଜେ ପରା

ଛପନ ଭୋଗ ରେ   ପେଟ ପୁରିଯିବ

   ଆନନ୍ଦ ବଜାର ଗରା ।


ନଦୀ ନାଳ ବୁୁୁଲି     ପାହାଡ଼ ଦେଖିବ

   ଦାରିଙ୍ଗିବାଡ଼ି  ଚିଲିିିକା

ପ୍ରାଚୀ କୁଳୁକୁଳୁ     ଶୈବ ପିିିଠ ସାଥେ

   ବୁଲିବ ଘିରି ଘିରି କା ।


ଆଶିଷ ମାଗି ହେ     ଘରକୁ ଆସିବ

   ନୂଆ ସାଥି ଟିଏ ଧରି

ମନ ଆନନ୍ଦରେ      ସଂସାର ଗଢ଼଼ିବ

   ଓଡ଼଼ିଶା ଭ୍ରମଣ ସାରି ।



Name- Archana Sahoo

khordha 

Khajuria pada




Rate this content
Log in

Similar oriya poem from Inspirational