Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଓଡିଆଣୀ

ଓଡିଆଣୀ

1 min
211


କଲ୍ୟାଣମୟୀ କଲ୍ୟାଣୀ ଓଡିଆଣୀ 

ସେହି ସର୍ବ ସୁଲକ୍ଷଣୀ ।

ଓଡିଆଣୀ ତାର ଓଡିଆ ଚଳଣି 

ନିଏ ଜନ ମନ କିଣି ।୧।


ଶାଶୁ ଶଶୁରଙ୍କ କଥାକୁ କେବେବି 

ଦିଏ ନାହିଁ ସେ ଏଡାଇ ।

ସ୍ୱାମୀ ତାର ସ୍ୱାଭିମାନର ପ୍ରତୀକ 

ତାଙ୍କରି କଥା ମାନଇଁ ।୨।


ପିଲାଙ୍କର କଥା ନିଜେ ସେ ବୁଝଇ 

ରାତି ନ ପାହୁଣୁ ଉଠେ ।

ସମସ୍ତେ ଶୋଇବା ପରେ ସେ ଶୁଅଇ 

ଆନନ୍ଦରେ ଘରେ ଖଟେ ।୩।


ବୁଝିଛି ସଭିଏଁ ତାହାର ନିଜର

ପର ବୋଲି କେହି ନାହିଁ ।

ବନ୍ଧୁ ପରିଜନ ସଭିଙ୍କୁ ଆଦର 

ସେନେହ ସଦା ଦିଅଇ ।୪।


ସରଳତାର ପ୍ରତୀକ ଓଡିଆଣୀ 

ସୁନ୍ଦର ତା ପରିଧାନ ।

ଓଡିଶୀ ବସନ ଓଡିଆ ଭୂଷଣ 

ମୋହେ ସଭିଙ୍କର ମନ ।୫।


ନୃତ୍ୟରେ ନିପୁଣା ହେଲେ ଓଡିଆଣୀ 

ଓଡିଶୀ ପରିବେଷଣ ।

କରି ସିନା ଅଭିଭୂତ କରିଥାଏ 

ବିଶ୍ୱବାସୀଙ୍କର ମନ ।୬।


ଭଞ୍ଜଙ୍କର କୋଟି ବ୍ରହ୍ମାଣ୍ଡସୁନ୍ଦରୀ 

ପ୍ରେମ ସୁଧାନିଧି ସେହି ।

ଲାବଣ୍ୟବତୀ ସେ ରସପଞ୍ଚକର 

ନାୟିକା ବୋଲାଇ ଥାଇ ।୭।


ଓଡିଆଣୀ ପିଠାପଣା ସିଦ୍ଧହସ୍ତା 

ତା ସମ ହୋଇବ କିଏ ?

ଘରକରଣାରେ ଓଡିଆଣୀ ସମ

କହ ହେବ ଆଉ କିଏ ?୮ ।


ଲକ୍ଷ୍ମୀ ନାରାୟଣୀ ନିଜେ ଓଡିଆଣୀ 

ନାହିଁ ଏଥିରେ ସନ୍ଦେହ ।

ତାଙ୍କୁ ତ୍ୟାଗ କରି କି ଦଶା ଭୋଗିଲେ 

ଦୁଇ ଭାଇ ତୁମେ କହ ?୯।


ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା ହୋଇଛି 

ଓଡିଆଣୀର ଲକ୍ଷଣ ।

ପଢ ସୁଧୀ ଜନେ ଆଚରଣ କର 

ଧନ୍ୟ ହୋଇବ ଜୀବନ ।୧୦।


ଓଡିଆଣୀ ଗୁଣ କେତେ ମୁଁ ଗାଇବି 

ଗାଇଲେ ସରିବ ନାହିଁ ।

ସାଗର ବାଲୁକା କେ ଗଣି ପାରିବ

ଏତେ କା ଶକତି କାହିଁ ?୧୧।



Rate this content
Log in

Similar oriya poem from Inspirational