STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଓଡ଼ିଆଣୀ

ଓଡ଼ିଆଣୀ

2 mins
230

ବିଶ୍ଵ ଦରବାରେ 

ମୋ'ର ପରିଚୟ ଭିନ୍ନ

ମୋ ସଂସ୍କାର ସଂସ୍କୃତି ପାଇଁ

ମୁଁ ଅଟେ ମହାନ

 ମୋତେ ମୋ ଜାତି ଚିନ୍ତେ

 ମୁଁ ପରା ଲକ୍ଷ୍ମୀ ଙ୍କ ସମାନ

 ନାରୀ ଜାତିର ଆଦର୍ଶ ମୁଁ

 ମୋ ଓଡ଼ିଶା ମୋ ଓଡ଼ିଆ ଙ୍କ ଲାଗି

 ଅଟେ ମୁଁ ରେ ଭାଇ ଖାଣ୍ଟି ଘରଣୀ 

 ମୁଁ ଓଡିଆଣୀ ମୁଁ ଓଡ଼ିଆଣୀ ।9


 ପାଳନ ହୁଅଇ

 ଯେତେ ଯେତେ ପର୍ବ ପର୍ବାଣୀ

ସବୁର ମୂଳେ ଥାଏ ମୁଁ ପୁଣି

 ବିବାହ ବ୍ରତ ଯେତେ ଯାତରା ଯାନି

 ମୋ ବିନା ସେ ପରବର 

 କିଛି ମାନେ ରୁହେନି

 ମୋ ଜାତି ପାଇଁ ମୁଁ ଅଟେ ଜନନୀ

 ମୁଁ ଓଡ଼ିଶା ମାଟିର 

 ନାରୀ ନୁହେଁ ନାରାୟଣୀ

ଓଡ଼ିଆ ଜାତିର ଗର୍ବ ଗ ଗୌରବ ମୁଁ

 ଏ ଜାତି ମୋତେ ଅଭିହିତ କରେ

 ତିନି ରୂପ ମୋ'ର 

 ଜନନୀ, ଜାୟା, ଭଗିନୀ

 ମୁଁ ମୋ ପରମ୍ପରା ସଂସ୍କୃତି ପାଇଁ

 ଖାଣ୍ଟି ଓଡ଼ିଆଣୀ ଖାଣ୍ଟି ଓଡ଼ିଆଣୀ ।


 ଭିନ୍ନ ମୋ ଭିନ୍ନ ମୋ ଚଳଣୀ

 ନାହିଁ ମୋ ଠାରେ ଗର୍ବ ଅହଙ୍କାର

 ଏ ପରମ୍ପରା ମୋତେ ଦେଇଛି ଆଖ୍ୟା

 ମୁଁ ସକଳ ଓଡ଼ିଆ ଜାତିଙ୍କ 

 ଲକ୍ଷ୍ମୀ ସାଆନ୍ତାଣୀ

 ମୋ ପ୍ରଥା ପରମ୍ପରା 

 ମୋ ଜାତି ପାଇଁ ଅଗ୍ର ପୂଜ୍ୟା ମୁହିଁ

 କେବେ ମୋ ଜାତି 

 ସଜାଏ ମୋତେ କାଳି

 କେବେ ଲକ୍ଷ୍ମୀ କେବେ ପୁଣି ମହିଷାମର୍ଦ୍ଦିନୀ

 ନାନା ରୂପ ନାନା ସମ୍ପର୍କର ଅଧିକାରିଣୀ

 ମୋ ଜାତି ପାଇଁ ମୋ ମାଟି ପାଇଁ

 ମୁଁ ଭୋଗ୍ୟା ବସ୍ତୁ ନୁହେଁ କେବଳ

 ମୁଁ ନୁହେଁ ପଣ୍ୟଦ୍ରବ୍ୟ

 ପାଶ୍ଚାତ୍ୟ ସଂସ୍କୃତି ନୁହେଁ ମୋ ଚଳଣୀ

 ଭାଷା ଓଡିଆ ମାଟି ମୋ ଓଡିଶା

 ସର୍ଵଂସହା ସାଜେ ମୁଁ କେବେ

 କେବେ ମୁଁ ସାଜେ ଜଗତ ବିନାଶିନୀ

 ଜାତିର ପ୍ରତୀକ ଜାତିର ସନ୍ତକ

 ମୁଁ ପୁଣି ସାଜେ ଜଗତ ଉଦ୍ଧାର କାରିଣୀ

 ମୋ ମାଟିର ଗର୍ବ ମୁଁ

 ମୋ ତ୍ୟାଗ ଓ ସେବା ପାଇଁ

 ବିଶ୍ଵେ ବନ୍ଦିତା ମୁଁ ଖାଣ୍ଟି ଓଡ଼ିଆଣୀ ।


 ମୋ ଖାଦ୍ୟ ଭିନ୍ନ

 ମୋ ବାସ ଭିନ୍ନ

ମୋ ବେଶ ପରିବେଶ ଭିନ୍ନ

 ଲାଜକୁଳୀ ଲତା ଟିଏ ମୁହିଁ

 ଲଜ୍ଜାଶୀଳା ମୁହିଁ

 ଭିନ୍ନ ରୁଚି ମୋ ଭିନ୍ନ ମୋ ଚଳଣୀ

 ମୋ ପରିବାର ଏକସୂତ୍ରେ ବନ୍ଧା

 ସେ ବନ୍ଧନର ଅଟେ ମୁଁ ମୁଖ୍ୟ ବିନ୍ଧାଣୀ

 ଶାନ୍ତି, ଶୃଙ୍ଖଳା ଓ ସେବା ପାଇଁ

 ମୁଁ ପରା ସୁଗୃହିଣୀ

 ବିଶ୍ଵ ମାତୃ ଜାତିର ଗର୍ବ ମୁଁ

 ଭିନ୍ନ ଅଟେ ମୋ ଚଳଣୀ

 ମୋ ସେବା, ତ୍ୟାଗ ପାଇଁ

 ମୋ ଜାତି ଆଖ୍ୟା ଦିଅଇ

 ମୁଁ ଖାଣ୍ଟି ଓଡ଼ିଆଣୀ ମୁଁ ଖାଣ୍ଟି ଓଡ଼ିଆଣୀ

 ମୁଁ ଜଗତ ଜନନୀ 

 ମାତୃ ଜାତିର ପ୍ରତୀକ ମୁଁ

 ମୋ ଶାନ୍ତି, ସେବା, 

 ତ୍ୟାଗ ଓ ସହନଶୀଳତା ପାଇଁ

ମୋ ଜାତି ବିଦିତ କରେ

 ମାଟି ମା'ର ପ୍ରତୀକ ମୁଁ

 ମୁଁ ଓଡ଼ିଆଣୀ ମୁଁ ଓଡ଼ିଆଣୀ ।

   

 ମୋ'ର ପ୍ରତୀକ ଶାଢ଼ୀ, ଶଙ୍ଖା, ସିନ୍ଦୂର

 ପୁଣି ମଥାରେ ଥିବ ମୋ ଓଢ଼ଣୀ

 ପରିବାରେ ଶାନ୍ତି ବଜାୟ ରଖିବାକୁ

 ସାଜେ ମୁଁ ମୁଖ୍ୟ ବିନ୍ଧାଣୀ

ଶାଶୁ, ଶ୍ଵଶୁର, ସ୍ଵାମୀ,

 ଦିଅର, ନଣନ୍ଦ ଓ ପିଲା କବିଲାଙ୍କୁ ନେଇ

 ସଜାଏ ନିଜକୁ ମୁଁ ଏକ ସୁଘରଣୀ

 ସମନ୍ଵୟ ରକ୍ଷା କରି ସଭିଙ୍କ ମଧ୍ୟ

 ସାଜେ ମୁଁ ସବୁ ବିପଦ ଆପଦେ

 ସର୍ବ ସମସ୍ୟାର ସମାଧାନ କାରିଣୀ

 ତାରଣ, ମାରଣ ର କାରଣ ମୁଁ

ମୁଁ ପରା ପରିବାରେ ଯୋଗସୂତ୍ର କାରିଣୀ

 ସେ ପାଇଁ ମୁଁ ଭିନ୍ନ ଏ ଜଗତେ

 ମୋ ଜାତି ମୋତେ ବିଦିତ କରେ

 ପୁଣି ବନ୍ଦିତ କରେ

 ମୁଁ ଅଟେ ଏ ଜଗତ ଜନନୀ

 ଭିନ୍ନ ମୋ'ର ରୂପ ଭିନ୍ନ ମୋ'ର ବେଶ

 ଭିନ୍ନ ମୋ'ର ଚଳଣୀ

 ମୁଁ ଓଡ଼ିଆଣୀ ମୁଁ ଓଡ଼ିଆଣୀ ।     


Rate this content
Log in

Similar oriya poem from Abstract