STORYMIRROR

Satyanarayan Sahoo

Abstract Inspirational

3  

Satyanarayan Sahoo

Abstract Inspirational

ଓଡ଼ିଆଣୀ

ଓଡ଼ିଆଣୀ

1 min
130


ଓଡ଼ିଆ ଜାତିର ଜନ ଜୀବନ 

ନୀର୍ଛକ ସ୍ପନ୍ଦନ ଭରା

ସଂକୃତିକତା ର ଦିଏ ପରିଚୟ

ନିତି କେତେ ମନୋହର। ।

ଓଡ଼ିଆ ଜାତିର ଲୋକେ ପରାମର୍ଶ

ଓଡ଼ିଆ ଲୌକିକ ତତ୍ତ୍ୱ

ବିଷୟରେ କିଛି ରୋମାଞ୍ଚ ପ୍ରଗତି

ଜୀବନେ ପବିତ୍ର ବିତ୍ତ ।

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି

 ପ୍ରଭାବେ ମହିମା ମୟୀ

ସଭ୍ୟତା ଓ ପରମ୍ପରାକୁ ବଜାୟ

ରଖିବାକୁ ଯେ ଆଗ୍ରହୀ ।

 ଲୋକଙ୍କ ଜୀବନେ ପବିତ୍ର ଲହରୀ

 ପ୍ରବାହିତ କରି ଚିର

ଉତ୍ସାହ ପ୍ରେରଣା ପ୍ରଦାନ କରନ୍ତି

ସରକ୍ଷଣେ ସଂସ୍କୃତିର ।

ଲୋକ ବାଣୀ ଗଳ୍ପ ସାହିତ୍ୟ ଆଦିର

ସାଥେ ନାଟ୍ୟ , କଳା , ଲୀଳା

ଓଡ଼ିଆଣୀ ଭାବ , ବିପୁଳ ବିଭବ

ଘେନି ପୁଷ୍ଟ ସୁବିପୁଳ। ।

ଓଡ଼ିଆ ନାରୀର ଅବଦାନ ଆଉ

ଆଦର୍ଶ ଅଧାରେ ସବୁ

ଏଥିପାଇଁ ସେ ହିଁ ଓଡ଼ିଆଣୀ ଭାବ

ବହନ କରେ ସ୍ଵଭାବୁ ।



Rate this content
Log in

Similar oriya poem from Abstract