STORYMIRROR

Gouri Panda

Abstract

3  

Gouri Panda

Abstract

ଓଡିଆଣୀ ର ଆହ୍ବାନ

ଓଡିଆଣୀ ର ଆହ୍ବାନ

1 min
11.9K

ଅନାଦି, ଅନନ୍ତ ନାହିଁ ତ ସୀମାନ୍ତ

ଏ ବିଶ୍ୱ ଦିଗନ୍ତ, ନାହିଁ ତା'ର ଅନ୍ତ

ଜ୍ଞାନୀ,ଗୁଣୀ, ସନ୍ଥ,ତା ଗର୍ଭ ରୁ ଜାତ

ସିଞ୍ଚିଛନ୍ତି କେତେ ଝର ସ‌୍ନେହସିକ୍ତ

ମନ ତାର ଶାନ୍ତ, ହୁଏ ନାହିଁ କ୍ଲାନ୍ତ

ତା ବିନା ଏ ଧରା, ସର୍ବଦା ଅଶାନ୍ତ

ମାତା,ଭଗ୍ନୀ, ଝିଅ ଜାୟା ପ୍ରେମସିକ୍ତ

ନାରୀ ସେ ଅଟଇ ମୋହିଥାଏ କାନ୍ତ

ଉତ୍କଳ, ଓଡ଼ିଶା ପ୍ରଦେଶେ ଜନ୍ମିତ

ଲକ୍ଷ୍ମୀ, ସରସ୍ଵତୀ ନାମରେ ମୁଁ ଖ୍ୟାତ

ଓଡିଆଣୀ ଭାବେ ମୁହିଁ ପରିଚିତ

ପଖାଳ, ପିଆଜ,ଶାଗରେ ମୁଁ ପ୍ରିତ

ପରିବାର ମୋର ସାଥି, ସହୋଦର

ଚଳାଇ ଥାଏ ମୁଁ ନ ହୋଇ କାତର!୭

ଏ ରାଜ୍ୟେ ଆସିଛି ମହାବାତ୍ୟା କେତେ

ସାହାସ ବାନ୍ଧିଛି ଜୀବନରେ ସେତେ

ଦେଖିଛି ଏ ଆଖି ମହାମାରୀ ନାନା

ପାରିନି ଡରାଇ ମୋତେ ଏ କରୋନା

ଓଡିଆଣୀ ମୁହିଁ ଆସିଛି ଆହ୍ବାନ

ଚାଲିବ କେମିତି ଜୀବିକା, ଜୀବନ

ଆଜି ମୋ ରାଜ୍ୟରେ ସ୍ଥିତି ଦୁର୍ଦ୍ଦନର

ଭାଙ୍ଗି ଦେଲା ହାଡ,ମାବ କରୋନାର

ଆସୁ ପଛେ ଯେତେ ଝଡ,ଝଞ୍ଜା, ବାତ୍ୟା

ଏ ମାଟି,ପବନ ମୁହିଁ ତା ଅଗତ୍ୟା

ଚାଲୁଥିବି ସଦା ଏ ମାଟିର ସାଥେ

ଓଡିଆଣୀ‌ ହୋଇ,ଓଡିଶାର ପଥେ

ନିଶ୍ଚେ ଘୁଞ୍ଚିଯିବ, ସ୍ଥିତି ସୁଧୁରିବ

ଆମ ଏ ଦୁର୍ଦ୍ଦିନ ସଦା ନ ରହିବ

ଚାଲିବାର ଅଛି ପଥ ବହୁଦୂର

ଥିବେ ମୋ ସାଥିରେ ରାଜ୍ୟ, ପରିବାର

ଖଟିବୁ ଖାଇବୁ, ଖୁସିରେ ରହିବୁ

ପ୍ରଭୁଙ୍କର ନାମ ମନରେ ଜପିବୁ

ସେଇ ଜଗନ୍ନାଥ ଜଗତର ନାଥ

ନିଶ୍ଚୟେ ରଖିବେ ତାଙ୍କ ଏ ଜଗତ

ଓଡିଆଣୀ ଆଜି ମୁହିଁ ଗରବିତ

ଦେଖିବ ଏ ବିଶ୍ୱ କରିବି ଚକିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract