STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ଓଡ଼ିଆଙ୍କ ପଖାଳ ଭାତ

ଓଡ଼ିଆଙ୍କ ପଖାଳ ଭାତ

1 min
165


ଓଡ଼ିଶା ମାଟିର କେତେ ପରମ୍ପରା 

ବରଷକେ ଥରେ ଆସେ ଆଉ ଯାଏ

ସମସ୍ତଙ୍କର ସବୁଠୁଁ ସବୁଠାରୁ ନିଆରା

ବାର ମାସରେ ତେର ଯାତରା

ପିଠା ପଣା ଆଉ ଆରିସା କାକରା

ଖିରି ପୁରି ଲୁଚି ଏଣ୍ଡୁରି ପଣା

ପୂର୍ବରୁ ପଶ୍ଚିମ ଦକ୍ଷିଣ ଉତ୍ତର

ପବିତ୍ର ପର୍ବପର୍ବାଣୀରେ ଭରା

ଆମ ଓଡ଼ିଶାର ସବୁ ପରମ୍ପରା ।


ଚାଷ ଜମିରୁ ଅଫିସ ଦପ୍ତର

ଭିକାରିଠୁଁ ଧନୀକ ଶ୍ରେଣୀର

ସମସ୍ତଙ୍କ ପ୍ରିୟ ପଖାଳ ଆମର

ଓଡ଼ିଆ ପ୍ରାଣେ ପଖାଳ ସୁନ୍ଦର

ଶାନ୍ତି ଭରି ଦିଏ ସଭିଙ୍କର

ଆଶା ଓ ବିଶ୍ବାସ ଭରସାର ।


ସାରା ଓଡ଼ିଶାରେ ସମସ୍ତଙ୍କ ଘରେ

ପଖାଳ ଭାତ ଭାରି ଆଦର

ପଖାଳରୁ ଆରମ୍ଭ ହୁଏ ସକାଳ

ଚାଷୀ ଗରିବଙ୍କ ଶାନ୍ତିର ଢାଳ

ଓଡ଼ିଆଙ୍କ ଚିହ୍ନ ଶାଗ ପଖାଳ 

କେତେ ଶାନ୍ତି ଦିଏ ପଖାଳ ଭାତ 

ଆଳୁ ଭରତା ଓ ଖଟା ପିଆଜ ଫାଳ  ।


ଚାଷୀ ପରିବାର ଓଡ଼ିଆ ସମ୍ଭାର 

ଦିନ ରାତି ଘରେ ପଖାଳ ଆଦର

ପିଲା ଠାରୁ ବୁଢ଼ା ସଭିଙ୍କ ନିଜର

ପଖାଳ ପ୍ରିୟ ଆମ ଓଡ଼ିଆଣୀ ଘର

ଆନନ୍ଦ ଉଲ୍ଲାସେ ସବୁ ଭରପୁର ।


ଖାଦ୍ୟରେ ଆନନ୍ଦ ସ୍ବାସ୍ଥ୍ୟ ପାଇଁ ହିତ

ଆନନ୍ଦ ଖାଦ୍ୟେ ସ୍ବାସ୍ଥ୍ୟ ପରାହତ 

ଚିକେନ ମାଂସରେ ସ୍ବାଦ ବହୁତ

ପଖାଳ ଖାଇଲେ ପୁରି ଯାଏ ଚିତ

ବିଶ୍ବ ପଖାଳ ଦିବସ କର ପାଳିତ

ମନ ମାନସକୁ କର ଆନନ୍ଦିତ ।


Rate this content
Log in

Similar oriya poem from Abstract