STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ଓଡ଼ିଆଙ୍କ ଗୌରବ

ଓଡ଼ିଆଙ୍କ ଗୌରବ

1 min
296

ଓଡ଼ିଆ ଜାତିର ଆତ୍ମପରିଚୟେ ସଙ୍କଟୁ ଉଦ୍ଧାର

କରିଥିଲେ ଉତ୍କଳଗୌରବ ଶ୍ରେଷ୍ଠ ଓଡ଼ିଆ ବୀର

ଓଡ଼ିଆ ଭାଷାଭାଷୀ ଏକତ୍ରେ ସ୍ବତନ୍ତ୍ର ଉତ୍କଳ ଗଢିବାର

ଦେଖିଥିଲେ ସ୍ବପ୍ନ ଆପ୍ରାଣ ଉଦ୍ୟମ କରିଥିଲେ ସାକାର ।


ଓକିଲ, ଶିକ୍ଷକ,ସାମ୍ବାଦିକ, ବିଧାନ ପରିଷଦ ସଦସ୍ୟ

ଲେଖକ,ରାଜନେତା, ସଂସ୍କାରକ ସଦା ମୁଖେ ହାସ୍ୟ

ନାନା ଗୁଣର ଅଧିକାରୀ ଥିଲେ ଥିଲା ଅପୂର୍ବ ସାହସ

ଓଡିଶା ବାସୀଙ୍କ ଉତଥାନ ପାଇଁ ନିଜକୁ କରିଲେ ଉତ୍ସର୍ଗ ।


ସତ୍ୟଭାମାପୁର ପାର୍ବତୀ ତନୟ ପିତା ରଘୁନାଥ ଦାସ

ଅଠରଶହ ଅଡ଼ଚାଳିଶି ଏପ୍ରିଲ ତାରିଖ ଅଠେଇଶ

ଜନମ ଲଭିଲେ କଟକେ କୁଳବୃଦ୍ଧ ମଧୁସୂଦନ ଦାସ

ପ୍ରଥମ ବିଲାତ ଯାତ୍ରୀ, ମନ୍ତ୍ରୀ,ହାସଲ ଆଇନ,ସ୍ନାତକ।


ନବ ଉତ୍କଳର ଜନକ ପୁଣି ଓଡ଼ିଆ ସ୍ବାଭିମାନ ପ୍ରତୀକ

ଉଣେଇଶି ଶହ ତିନିରେ ଉତ୍କଳ ସମ୍ମିଳନୀ ଥିଲା ତାଙ୍କ

ରାଜ୍ୟବ୍ୟାପୀ ଜାତୀୟ ଆନ୍ଦୋଳନରେ ଥିଲେ ଦାସେ ମୁଖ୍ୟ

ଉଣେଇଶି ଶହ ଛତିଶ ଓଡିଶା ହୋଇଲା ସ୍ବତନ୍ତ୍ର ରାଜ୍ୟ ।


ସ୍ବଦେଶୀ ଶିଳ୍ପ ଉନ୍ନତି କଳ୍ପେ ପ୍ରତିଷ୍ଠା କରିଣ ଦେଲେ

ଉତ୍କଳ ଟ୍ୟାନେରୀ,ଓଡିଶା ଆର୍ଟଓ୍ବେର ପ୍ରତିଷ୍ଠା କଲେ

ବିଶ୍ବ ଦରବାରେ ତାରକସି ପରିଚୟ ଭୂମିକା ନିଭାଇଥିଲେ

ଇଂରେଜଙ୍କ ଷଡଯନ୍ତ୍ରରୁ ଶ୍ରୀମନ୍ଦିରକୁ ମୁକ୍ତ ସେ କରିଥିଲେ ।


ନାରୀ ସଶକ୍ତିକରଣ, ଧର୍ମନିରପେକ୍ଷତା ର ବଳିଷ୍ଠ ସମର୍ଥକ

ସାମ୍ପ୍ରଦାୟିକ ସଦ୍ଭାବ ପାଇଁ ଉଦ୍ୟମ ଥିଲା ଅନେକ 

କେତେ କିମ୍ବଦନ୍ତୀ ଐତିହାସିକ ଘଟଣାର ସେ ନାୟକ

ଜାତି ଇତିହାସ, ଜନନୀର ଉକ୍ତି ,ଉତ୍କଳ ସନ୍ତାନ ତାଙ୍କ ।


ଦେଶାତ୍ମବୋଧକ ସୃଷ୍ଟି ରଚନା ଏବେବି ଲୋମ ଟାଙ୍କୁରେ

ସେଭଳି ସୃଷ୍ଟିକୁ ପଢିଲେ ନିର୍ଜୀବର ଜୀବନ ସଂଚରେ 

ଓଡ଼ିଆ ଜାତିର ଗୌରବ ଦାସେ ପୁଣି ଉତ୍କଳ ଗୌରବ

ଉଦଭାସିତ ହୁଏ ତାଙ୍କର ଚେହେରା ପ୍ରତି ଜନମାନସରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational