ଓଡ଼ିଆ ସାହିତ୍ୟ ମୋହଉତ୍ସବ -କୈବର୍ତ୍ତ ଧୋଇଲା ପାଦ
ଓଡ଼ିଆ ସାହିତ୍ୟ ମୋହଉତ୍ସବ -କୈବର୍ତ୍ତ ଧୋଇଲା ପାଦ
ମିଥିଳା ପାରି ହେବା ପାଇଁ ଡାକନ୍ତି
ସେ କୈବର୍ତ୍ତଙ୍କୁ ଚାହିଁ କିରେ
ତୋର ଏତେ ଗର୍ବ ବଚନ ଶୁଭୁ ନାହିଁ
କି ବୋଲନ୍ତି ମୁନି ବର ତାଙ୍କୁ ଚାହିଁ ।
ନିର୍ଭୟରେ ବୋଲେ ସେ କୈବର୍ତ୍ତ ଭ୍ରାତା
ଆରେ ମୁନି ବର କୁଟୁମ୍ବକୁ
ବୁଡାଇବୁ କି ମୋର କର୍ଣ୍ଣ
ଯାହା ଶୁଣି ଅଛି ମୋର ।
ଏହି ନୌକାଟି ମୋର ପରିବାରର
ଅଟଇ ଅନ୍ନଦା ଯଦି ବାଜି
ପୟର ତୁମ୍ଭର ନାରୀ ଯିବ
ପାଲଟି ନୌକାଟି ମୋର ।
ବସାଇବି ନୌକାରେ ମୋର ହେଲେ
ରଖିବି ସତ୍ୟ ଏକ ଯାହାକି ପୟରରେ
ଅଛି ସେ ରକ୍ତ ସ୍ରାବ ନଧୋଇ ବସାଇବାବି
ନାହିଁ ନୌକା ମୋର ।
ସ୍ୱର୍ଗ ପୁରେ ଦେଖି ଏହି ଘଟଣା କୈବର୍ତ୍ତକୁ
ବୋଲନ୍ତି କରି ମନ ଉଣା
ଯାହାର ଦର୍ଶନ ପାଇଁ ବିତି ଯାଏ
ଯୁଗ ଯୁଗ କରି ଅନା ।
ଛାର ଏ କୈବର୍ତ୍ତ ଧୋଇଲା ସେ
ପୟର କୋଟି ବ୍ରହ୍ମାଣ୍ଡ ର ସେ
ଈଶ୍ୱର ଏ ମୂର୍ଖ କୈବର୍ତ୍ତ ରଖିଲା
ତା ପଣ ଏତେ ବଡ଼ ଭକ୍ତ ଜାଣ ।
ଏକା ହିଁ ଜାଣନ୍ତି ସେ ହରି କେଉଁ ଭକ୍ତ
ତାକୁ କିପରି କରେ ଗୁହାରି
ଦିଅନ୍ତି ସେ ଭକ୍ତର ଥାଳିକୁ ପୂର୍ଣ୍ଣ କରି
ଯାହାକି ଯୁଗ ଯୁଗ ଧରି ।
କୈବର୍ତ୍ତ ନିଜ କନ୍ଧ ରେ ଥିବା ଉତାରି ଖଣ୍ଡିକ
ପୟର କୁ ଧୋଇ ଅତି ଶ୍ରଦ୍ଧାର ସହ
ପୋଛିଲା ଆଉ ଭାବରେ ବସାଇଲା
ହରି ନାମକୁ ଧରି ।