Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଓଡ଼ିଆ ପୁଅ

ଓଡ଼ିଆ ପୁଅ

1 min
336



ବିରଜା ମାଟିର  ଓଡ଼ିଆ ପୁଅ ମୁଁ

  ମୁଣ୍ଡରେ ବିଜୟ ଟୀକା

ଉତ୍କଳ କୋଶଳ କଙ୍ଗୋଦ କଳିଙ୍ଗ

  ପ୍ରଦେଶ ଉଡ୍ର ଓଡିଶା ।


ପ୍ରଭୁ ଲିଙ୍ଗରାଜ ବାବା ଲୋକନାଥ

   ସ୍ୱୟମ୍ଭୁ ଉଦୟାଚଳ

ପତିତପାବନ  ଶ୍ରୀପୁରୁଷୋତ୍ତମ

  ଶ୍ରେଷ୍ଠ ଧାମ ନୀଳାଚଳ ।


ଚତୁର୍ଦ୍ଧାମୂରତି ମୁକତି କୈବଲ୍ୟ

   ମହାପ୍ରଭୁ ଜଗନ୍ନାଥ

ଜୀବନ ସଞ୍ଚରେ ମୋ ପାଣିପବନ

   ପ୍ରାଣସିକ୍ତ ସୁରଭିତ ।


ଧୋଇଦିଏ ପାଦ  ଉଚ୍ଛଳ ଜଳଧି

  ପ୍ରବାହିତ ସ୍ରୋତସ୍ୱନୀ

ହସେ ବିଲବନ ସୁନାର ଫସଲ

  ଓଡ଼ିଶା ମୋ ରାଜାରାଣୀ ।


ମୋ ମାଟିର ପୁଅ ଓଡ଼ିଆ ପାଇକ

   ଉଷୁମ ରକତ ଢାଳି

ଉଡାଇଥିଲା ସେ ବିଜୟ କେତନ

  ଗଙ୍ଗାଠାରୁ ଗୋଦାବରୀ ।


ନୃତ୍ୟ ଗୀତ କଳା ଉତ୍କର୍ଷ ଭାସ୍କର୍ଯ୍ୟ

  ଓଡ଼ିଶା ବୟନ ବାନ୍ଧ

ଆମ ପରମ୍ପରା ନୈ।ବାଣିଜ୍ୟ ଗାଥା

  ଅଟେ ପୁରାଣ ପ୍ରସିଦ୍ଧ ।


ଜାଗି ଉଠେ ମନେ ପୂରୁବ ଐତିହ୍ୟ

  ଆକାଶେ ପୁଣ୍ୟ ପ୍ରଦୀପ

ଭାସି ଯାଆ ମୋର ପଟୁଆର ନାଆ

  ମନାସେ ଶୁଭ କାର୍ତ୍ତିକ ।



Rate this content
Log in

Similar oriya poem from Inspirational