ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ
ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ
ହେ ମୋର ପ୍ରିୟ ଓଡ଼ିଆ ଭାଇ ଭଉଣୀ
କଥାଟିଏ ହେଜ ନ ହୁଅ କେବେ ଅଭିମାନୀ
ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ
ଥିଲେ ଆମ ପୂର୍ବ ପୁରୁଷ ବିଜ୍ଞ ଗୁଣୀ ଜ୍ଞାନୀ
ବିକାଶ ପ୍ରକାଶର ଦିଗରେ ଅଗ୍ରଣୀ
ମୁହଁରୁ ତାଙ୍କର ଝରୁଥିଲା ଯେଉଁ ବାଣୀ
କାର୍ଯ୍ୟରେ ପରିଣତ କରୁଥିଲେ ଶୃଙ୍ଖଳା ମାନି
ନେତାଜୀ ସୁବାସ ଚନ୍ଦ୍ର ବୋଷ ସୁଜ୍ଞାନୀ
ସ୍ଵତନ୍ତ୍ରତା ଆମ ଜନ୍ମଗତ ଅଧିକାର ଜାଣି
ଇଂରେଜ ବିରୁଦ୍ଧରେ ଦେଖାଇଥିଲେ ବୀରତ୍ବ ଠାଣି
ଗଢ଼ି " ଆଜାଦ୍ ହିନ୍ଦ୍ ଫୌଜ୍ " ସୈନ୍ୟବାହିନୀ
" ଦିଲ୍ଲୀ ଚଲୋ " କହି ଦେଲେ ଭାଷଣ ଓଜସ୍ଵିନୀ
ବ୍ରିଟିଶ ଶାସନ ହେଲା ଥରହର ଏକଥା ଶୁଣି
ଲଢ଼ିଲେ ହୃଦୟେ ସାହସ ଶକ୍ତି ଆଣି
ତାଙ୍କ ପରି ଅନେକ ଓଡ଼ିଆ ବରପୁତ୍ର ପୁଣି
ଜାତିର ଐତିହ୍ୟ ସଂସ୍କୃତିର ଗୁଣେ ଥିଲେ ଗୁଣୀ
ରଖିବାକୁ ଟେକ ସଂଗ୍ରାମେ ଥିଲେ ଅଗ୍ରଣୀ
ଦୁଃଖ ଦରିଦ୍ରଙ୍କ ବନ୍ଧୁ ଥିଲେ ଉତ୍କଳମଣି
କହୁଥିଲେ ରଖି ଜାତିର ସ୍ଵାଭିମାନ......
" ଜୀବନ ଥିଲେ ଭାଇ ପାତିବା ନାହିଁ ହାତ,
ମଣିଷ ପରି ମଣିଷଟିଏ ହୋଇବା ତ,"
ଓଡ଼ିଆ ଜାତି ତାର ସମ୍ମାନକୁ ରତ୍ନ ପ୍ରାୟେ ମଣି
ଆଚରଣେ ଉଚ୍ଚାରଣେ ଜଗତ ଯାଏ ଜିଣି
ହେ ମୋର ପ୍ରିୟ ଓଡ଼ିଆ ଭାଇ ଭଉଣୀ
ଅଭୁଲା ଅପାସୋରା ଏ ଜାତିର କାହାଣୀ
କର୍ଣ୍ଣେ ଗୁଞ୍ଜରେ ଆଜି ସେ ଗୀତିର ରାଗ ରାଗିଣୀ
ମାତୃଭୂମି ମାତୃଭାଷା ସେବାରେ ଚେତନା ଆଣି
ଅନୁପ୍ରାଣିତ ହୋଇ ଆମେ ହେବା ସ୍ଵାଭିମାନୀ।
