STORYMIRROR

Anirudha Kund

Abstract

3  

Anirudha Kund

Abstract

ଓଡିଆ ନୂଆ ବରଷ

ଓଡିଆ ନୂଆ ବରଷ

1 min
12.1K


ଓଡିଆ ଜାତିର ନୂଆ ବରଷ

ସବୁରି ମନରେ ଆଣୁ ହରଷ


ସୁରୁଜ ଦେବ ମେଷରେ ପ୍ରବେଶ

ବିଷୁବ ସଂକ୍ରାନ୍ତି ବୈଶାଖ ମାସ


ଛୋଟ ହୋଇ ହୋଇ ଯାଏ ବଡ ରାତି

କୁହୁଳେ ଧରା ଦେଖି ଅସହ୍ୟ ତାତି


ଘରେ ଘରେ ହୁଏ ବେଲର ପଣା

ଓଡିଆ ଜାତିକୁ ମଜାଟି ଜଣା


ଠେକି ପାଣି ଟେକି ପୂଜ ବୃନ୍ଦାବତୀ 

କାଳିଆ ଚରଣରେ ମଥାକୁ ପାତି


ହରିନାମ କର, ନାହିଁ ଆନ ଗତି

ସେହି ଉଦ୍ଧାରିବେ ପାଇବୁ ମୁକତି


ଖେଳିବ ଆନନ୍ଦ ହସର ଲହରି 

ଜଗା କୋଳେଇନେବ ବାହୁ ପ୍ରସାରି 


ମଙ୍ଗଳମୟ ହେଉ ନୁଆ ବରଷ

ମହାପ୍ରଭୁ କର ଏତିକି ଆଶିଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract