STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Comedy Fantasy

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Comedy Fantasy

ଓଡ଼ିଆ କବିତାକାଣୀ ଗାଈର ଭିନ୍ନେ ଗ

ଓଡ଼ିଆ କବିତାକାଣୀ ଗାଈର ଭିନ୍ନେ ଗ

1 min
175


କାଣୀ ଗାଈ ହୋଇ ଉଲେଈ

ଏଠି ସେଠି ଖାଇ ଚରି ବୁଲଇ,

ମୁହଁ ମାରି ଖାଏ ବଳେଇ ବଳେଇ

ତଥାପି ପେଟ ତାର କେବେ ନ ପୁରଇ।

ଗାଈ ଜଗୁଆଳି ଖୋଜି ଖୋଜି ହୁଏ ବେଦମ

ଖୋଜି ପାଇଲେ ନାତ ଖାଇ ହୁଏ ଜଖମ,

କାଣୀର ନ ଥାଏ ତ କିଛି ଲାଜ ସରମ

ଭାବିଲେ କଥା ତାର ପୋଡି ଯାଏ ମରମ।

ବନ୍ଧା ଥିଲେ ଗୁହାଳରେ ଛାଡେ ହମ୍ବାରୁଡି

ଶୋଇବା ଲୋକର ନିଦ ଯାଏ ଉଡ଼ି,

ଆଖି ଥିବା ପଟେ ଗଲେ ସେ ମାଡି

ଧରି ହୁଏନା ତାକୁ ପଛେ ତା ଦଉଡି ଦଉଡି।

ପଖାରେ ବାନ୍ଧି କରି ହୁଏନା ତାକୁ ଅଟକ

ଚିହ୍ଲା ମାରି ଡେଇଁ ଯାଏ ଫାଟକ,

କରୁଥାଏ ନିତି ନିତି କେତେ ଛଟକ

ଉଠ୍ ବସ୍ ହୋଇ ପ୍ରମାଦ ଗଣେ ମାଲିକ।

ହିଡ ଡେଇଁ ବାଡ଼ ଭାଙ୍ଗି ଭୋଗେ ପିଠ

ତଥାପି ଯେଉଁ ସଠକୁ ସେ ସେଇ ସଠ,

ଲୋଭ ମୋହରେ ଭିଜା ଭିଜା ତାର ଓଠ

କାଣୀ ଗାଈର ଭିନ୍ନେ ଗୋଠ...।

ବାଟେ ଚାଲୁ ଚାଲୁ ଯାଏ ସେ ହୁରୁଡି

ସତେ ଅବା ତାକୁ କାମୁଡି ଦେଲା କି ବିରୁଡି ?

ଲାଞ୍ଜ ଟେକି କୁଦା ମାରି ଯାଏ ଦଉଡି

ଜଗୁଆଳର ମୁଣ୍ଡଟା ଦିଏ ସେ ବିଗାଡି।

ମାଡ଼ ଛାଟକୁ ଜମାରୁ କେବେ କରେ ନାହିଁ ଭୟ

ବେଲଗାମ ମନ ତାର ସବୁବେଳେ ଅଥୟ,

ଫସଲ ଯା' ଉଜୁଡି ଯାଉ କରେନା ପରବାୟ

ଦେଖିବା ଶୁଣିବା ଲୋକ କରେ ହାୟ ହାୟ।

କେବେ ଯଦି କାହା ଖୁଆଡ଼ରେ ପଡ଼େ

ଖୁଆଡ଼ ମାଲିକର ହଂସା ଉଡ଼େ,

ଏ କାଣୀ ଗାଈ ଚାରି ଦଉଡ଼ି କଟା ଉଦଣ୍ଡି

ଛିନ୍ ଛତର୍ କରି ଦିଏ ସବୁ ଦରାଣ୍ଡି।

ସଂସାରେ ଏମିତିକା କେତେ କଣାକାଣୀ

ଶୁଣନ୍ତି ନାହିଁ କି ମାନନ୍ତି ନାହିଁ ନୀତିବାଣୀ,

ଯେ ଯାହାର ବହପ ଦେଖାଇ ମାରନ୍ତି ଫୁଟାଣି

ଚିତ୍ର ଚରିତ୍ରକୁ କରି ଉଦ୍ଭଟ କାହାଣୀ।

ଅକାରଣ ହୁଏ ଶାସ୍ତ୍ର ପୁରାଣର ଯେତେ ପାଠ

ଯେତେ ମାଠିଲେ ବି ସେଇ ଦରପୋଡ଼ା କାଠ,

ଚଳ ଚଞ୍ଚଳ ହୁଏନା କେବେ ଅଳସୁଆ ମଠ

କାଣୀ ଗାଈର ଭିନ୍ନେ ଗୋଠ...।

   







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy