STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Classics

(ଓଡିଆ କବିତା) ଶୀତ

(ଓଡିଆ କବିତା) ଶୀତ

1 min
267


ପୃଥିବୀର ପରିକ୍ରମଣ 

ସଙ୍ଗେ ସଙ୍ଗେ 

ଚକ୍ରାକାରେ ଋତୁ 

ସବୁ ବଦଳୁ ଥାଏ, 

କ୍ରମାନୁସାରେ ଶୀତ ଆସି 

ନିଜ ସ୍ଵଭାବ ଦେଖାଇ ଚାଲିଯାଏ।

ସାଧାରଣ ଜୀବନଯାତ୍ରାକୁ 

କରି ପ୍ରଭାବିତ 

ସୁଖ ଦିଏ ଦୁଃଖ ଦିଏ ଅଜାଡି, 

ପାଗ ବଦଳେ ଜଳବାୟୁ ବଦଳେ 

ମଣିଷ ବଞ୍ଚେ 

ଜୀବନ ଶୈଳୀକୁ ସଜାଡି।

ଶୀତ ଆସି କମାଇ ଦିଏ 

ଭୂପୃଷ୍ଠର ତାପମାତ୍ରା 

ଶରୀର ପାଏ ତାର ଅସହ୍ୟ ପୀଡା, 

ସର୍ବାଙ୍ଗକୁ ଆବୃତ୍ତ କରି 

ଗରମ ପୋଷାକେ 

ତା' ଦାଉରୁ ରକ୍ଷା ପାଇ 

ଦୃଢଭାବେ ହୁଏ ଛିଡା। 

ଶୀତର ପ୍ରକୋପେ 

ବୃଦ୍ଧବୃଦ୍ଧା ଗରିବ ଅସହାୟ 

ସୀମାନ୍ତରେ ପ୍ରତିରକ୍ଷା ବାହିନୀ

ପାନ୍ତି ଅନେକ କଷ୍ଟ ଯନ୍ତ୍ରଣା, 

ତଥାପି ଜୀବନ ଯୁଦ୍ଧ ଯୁଝୁଥାଏ 

ନ କରି କା' ସାଥେ ପ୍ରତାରଣା। 

ମାଘ ମାସେ ହାଡଭଙ୍ଗା 

ହେମାଳ ଶୀତ ଲହରୀ,

ସହି ନ ପାରି ଜୀବଜନ୍ତୁ 

ଅସହାୟ ମଣିଷ ଯାନ୍ତି ମରି। 

ଶୀତର ରାଜ୍ୟତ୍ଵ କାଳେ 

ଖାଦ୍ୟ ଦ୍ରବ୍ୟ ପନିପରିବା ଶସ୍ତା, 

ମନ ଆନନ୍ଦେ ଖାଇ ଖୁଆଏ ଚଷା 

କେହି ହୁଅନ୍ତି ନାହିଁ ହୀନସ୍ଥା। 

ରଖିବାକୁ ପ୍ରକୃତିର ଭାରସାମ୍ୟ 

ଶୀତ ଆସେ ଅବତରୀ, 

ଦେଲେ ବି କଷ୍ଟ ଯନ୍ତ୍ରଣା 

ପରିବେଶ ଦିଏ ସୁଧାରି। 

ରହିଲେ ଶୀତକୁ ଡରି 

ହୁଏ ନା କିଛି କାମ କରି, 

ସେ ଆମ ବନ୍ଧୁ ନୁହେଁ ବଇରୀ 

ପ୍ରଗତି ପଥେ ନିଏ ଆମକୁ ଓଟାରି। 

ପ୍ରତିକୂଳ ପରିବେଶ ପରିସ୍ଥିତି 

ମଜଭୁତ କରେ ଶରୀର ମନକୁ, 

ଭବିଷ୍ୟତ ପାଇଁ ସୁଯୋଗ ନେଇ ଆସି 

ଆମକୁ ବଢାଇ ଥାଏ ଆଗକୁ। 

    *** *** *** *** ***

     





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics