STORYMIRROR

Chittaranjan Nanda

Action Inspirational Children

4  

Chittaranjan Nanda

Action Inspirational Children

ଓଡିଆ ହୃଦୟେ କର ବିରାଜମାନ

ଓଡିଆ ହୃଦୟେ କର ବିରାଜମାନ

1 min
294


ହେ, ମୋର ସମସ୍ତ ଯେତେ ସାହିତ୍ୟିକ

ଭଉଣୀ ଭାଇ ମାନେ ଜାଣ

ଉତ୍ତମ ଲେଖାରେ ପ୍ରତି ଓଡିଆର ହୃଦୟରେ 

କରି ପାରିବ ବିରାଜମାନ  l


ରହିପାରେ ବହୁ ମତ, ସହସ୍ର ସମ୍ମତ, କିଛି 

ମଧ୍ୟ ଅସୂୟା ବିଦ୍ୱେଷ 

ରହିପାର ସାହିତ୍ୟ ଜଗତରେ ଉଜ୍ଜଳ କୀର୍ତ୍ତି

ସ୍ତମ୍ଭ ଧ୍ରୁବତାରା ସଦୃଶ l


ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଯେ କୌଣସି ପ୍ରକାରର 

ପ୍ରଶସ୍ତି ଆମ ଓଡ଼ିଆ ସାହିତ୍ୟରେ 

ଉପେନ୍ଦ୍ର ଭଞ୍ଜଙ୍କ ପରି ଅଧିଷ୍ଠିତ ହେବାକୁ ଆଉ କେହି 

ପାଇଛି କି ଏ ଯାବତ୍ ସେହି ଆସନରେ l


କହିଛନ୍ତି ସାହିତ୍ୟର ଅପ୍ରତିଦ୍ଵନ୍ଦୀ କଥାକାର,

ପିତାମହ ଭୀଷ୍ମ ଫକୀରମୋହନ 

ଚାହିଁ ଦେଖ କି ହୋଇଛି ତୋର ମାତୃଭାଷା, 

କେବଳ କରିଛି ପୁତ୍ର ଉପେନ୍ଦ୍ର ଜାଣ l


ଅଭିମନ୍ୟୁ ସାମନ୍ତସିଂହାର ଲେଖିଛନ୍ତି ଏହା

'ବିଦଗ୍ଧ ଚିନ୍ତାମଣି' ରେ 

"ଉପଇନ୍ଦ୍ର ପଦ ଅଭିମନ୍ୟୁ ମନୁ , ଉପେକ୍ଷିତ 

ନୋହିବ ତ ଦିନୁ ଦିନୁ " ରେ !


ରାଧାନାଥଂକ କଳ୍ପନାରେ ମହାଭାରତକୁ ବାହାର 

କରିଲେ ଭାରତ ବିକଳାଙ୍ଗ ହୋଇଯିବା ପରି !

ଉପେନ୍ଦ୍ରଭଞ୍ଜଂକୁ କଳ୍ପନାରେ ଉତ୍କଳରୁ ବାହାର କର,

ଉତ୍କଳ ବିକଳାଙ୍ଗ ହୋଇଯିବ ସେହିପରି l


ମନେ ପଡେ ରାଧାନାଥ ରାୟଂକ ଏହି ପଦଟି,

"ଭାଗ୍ୟବାନ ବେନି ବାଣୀଙ୍କ କୁମର ,

 କବି ବଳଦେବ ଭଞ୍ଜ ବୀରବର, କାହିଁ ସେହି, କାହିଁ 

ମୁହିଁ ଅକିଞ୍ଚନ, ଦେଖୁଥିଲି ସିନା ଜାଗ୍ରତ ସ୍ଵପନ' l


ମନେ ପଡେ ଉତ୍କଳ ମଙ୍ଗଳ ଗୀତ କବିତାର ଏହି 

ପଦ ସର୍ବଦା ମୋହର

କାହିଁ ମୁହିଁ ଅକିଞ୍ଚନ, ସାହିତ୍ୟ ମନ୍ଥନ କରିବି ଧ୍ରୁବ

ତାରା ସଦୃଶ ଉପେନ୍ଦ୍ର ଭଞ୍ଜଙ୍କର

"ବାଣୀ ବରପୁତ୍ର ଉପେନ୍ଦ୍ର କବି, 

 ସାହିତ୍ୟ ଗଗନେ ପ୍ରଦୀପ୍ତ ରବି,

 ଦୀନକୃଷ୍ଣ ଅଭିମନ୍ୟୁ ସାମନ୍ତ,

 କବିସୂର୍ଯ୍ୟ ବିଶି ସଖା ଅନନ୍ତ l, 

 ବାଣୀ-ବନରେ ବିହାର l,

  କରି ମାତୃକଣ୍ଠେ ଲମ୍ବାଇଣ ଗଲେ ,

             କବିତା କୁସୁମ ହାର ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action