STORYMIRROR

BANITA SAHU

Abstract

2  

BANITA SAHU

Abstract

ଓଡିଆ ଘରର ପର୍ବପର୍ବାଣି

ଓଡିଆ ଘରର ପର୍ବପର୍ବାଣି

1 min
470

ଓଡିଆ ଘରର ଘରଣୀ ମୁହିଁ

କହୁଛି ଆଜି ପର୍ବପର୍ବାଣି

ବାର ମାସରେ ତେର ପର୍ବ

ପାଳନ କରେ ମୁଁ ରହି ଉପବାସ

ବୈଶାଖ ମାସେ ଅକ୍ଷୟ ତ୍ଠତୀୟା

ଦୁନିଆରେ ସବୁ କିଛି ମାୟା

ଜ୍ଯେଷ୍ଟ ମାସେ ସାବିତ୍ରୀ ଅମାବାସ୍ଯା

ସ୍ବାମିଙ୍କ ଦିର୍ଘାୟୁ କରେ ରଖି ମୁଁ କାମନା

ଆଷାଢ ମାସେ ରଜ ସଙ୍ର୍କାନ୍ତି

କୁଆରିଁ ମାନେ ରଜ ଦୋଳି ଝୁଲନ୍ତି

ଶ୍ରାବଣ ମାସେ ସୋମବାର

ଭଳାଶଙ୍କରଙ୍କୁ କୋଟି ନମସ୍କାର

ଭାଦ୍ରବ ମାସେ ଶ୍ରୀ କ୍ଠଷ୍ଣ ଜନ୍ମାଷ୍ଟମୀ

ଗୋପରେ ଦଳି ଝୁଲାନ୍ତି ନନ୍ଦରାଣୀ

ଆଶ୍ବନ ମାସେ କୁମାର ପୂର୍ଣିମା

କୁଆଁରି ମାନେ ପୂଜା କରନ୍ତି ଦେଖି ଚନ୍ର୍ଦମା

କାର୍ତ୍ତାକ ମାସ ଅଟେ ଧର୍ମ ମାସ

ପୂଜା କରନ୍ତି ରଖି ହଭିସ

ମାର୍ଗଶୀର ମାସେ ମାଣବସା ଗୁରୁବାର ଓଷା

ଝୋଟି ଦେଇ ମାଁ ଲକ୍ଷ୍ମୀଙ୍କୁ କରନ୍ତି ପୂଜା

ପୌଷ ମାସେ ମକର ସଙ୍ର୍କାନ୍ତି

ନୂଆ ଚାଉଳ ଆଣି ଖିରି କରନ୍ତି

ମାଘ ମାସେ ଶ୍ରୀ ପଞ୍ଚମୀ

ସରସ୍ବତୀ ପୂଜା କରନ୍ତି ଭାଈ ଭଉଣୀ

ଫାଲ୍ଗୁନ ମାସେ ମହା ଶିବରାତ୍ରି

ପୂଜା କରନ୍ତି ଜାଗର ଜାଳି

ଚୈତ୍ର ମାସେ ପଣା ସଙ୍ର୍କାନ୍ତି

ରାସ୍ତା ଘାଟେ ପଣା ବାଣ୍ଟନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract