STORYMIRROR

Binodini Dash

Abstract Inspirational

4  

Binodini Dash

Abstract Inspirational

ଓଡ଼ିଆ ଅସ୍ମିତା

ଓଡ଼ିଆ ଅସ୍ମିତା

1 min
9


ଆମେରେ ଓଡ଼ିଆ ଭାଷାଟି ବଢ଼ିଆ

ଅସ୍ମିତା ଆମ ସଂସ୍କାର ସଂସ୍କୃତି 

ପରବପର୍ବାଣି ଖୁସି ଦିଏ ବୁଣି

ପରମ୍ପରା ତୋଳେ ଅଭେଦ ପ୍ରୀତି ।


ବନ୍ଧୁ ପରିବାର ସୋହାଗ ଆଦର

ପିତାମାତାଙ୍କର ସ୍ନେହ ଅତୁଟ

ସାତପଦ କଥା ତୋଳଇ ମିତ୍ରତା

ଅଜଣା ବି କିଏ ହୋଇଲେ ଭେଟ ।


ନୃତ୍ୟ ସଙ୍ଗୀତରେ ଭାସ୍କର୍ଯ୍ୟ ଶିଳ୍ପରେ

ଦେଶଠୁ ବିଦେଶେ କରିଛୁ ନାଆଁ

ବୟନ ଶିଳ୍ପଠୁ କାରିଗରୀ ବିଦ୍ୟା

ସବୁଥିରେ ଆମେ ପରା ଆଗୁଆ ।


ଭାଷା ସାହିତ୍ୟର ଛନ୍ଦ ଅଳଂକାର

ଲୋକକଥାଠାରୁ ଢଗଢମାଳି

ଗପ ଉପନ୍ୟାସ ମନକୁ ସରସ

ବାସ ଚନ୍ଦନ କି ଦିଅଇ ବୋଳି ।


କାଞ୍ଚି ଅଭିଯାନଠାରୁ କୋଣାରକ

ଗାଥାରେ ବିସ୍ମୟ ଭାବ ଉପୁଜେ

କେତେ ବୀରଙ୍କର ଅମର କାହାଣୀ

ପିଢି଼ ପରେ ପିଢ଼ି ହୃଦେ ବିରାଜେ ।


ମନ୍ଦିରମାଳିନୀ ରାଜ୍ୟଟି ଆମର

ବିଭୁ ଦରଶନେ ଭକ୍ତ ବିଭୋର

ପ୍ରକୃତିର ଶୋଭା କେଡ଼େ ମନଲୋଭା

ବିମୋହିତ ମନ ଦର୍ଶକଙ୍କର ।


ଆମ ଜଗନ୍ନାଥ ଜଗତର ନାଥ

ସକଳ ମନର ଆରାଧ୍ୟ ଦେବ

ପ୍ରେମ ଭକ୍ତି ବଳେ ମୁକ୍ତିପଥ ମିଳେ

ପ୍ରଶାନ୍ତିର ଗୀତି ଗାୟନ ଜୀବ ।


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract