STORYMIRROR

Mahesweta Panigrahi

Classics

3  

Mahesweta Panigrahi

Classics

ଓଢିଆଣୀ ମୁଁ

ଓଢିଆଣୀ ମୁଁ

1 min
166

ଓଡ଼ିଆଣୀ ମୁଁ ଲୋ ଓଡ଼ିଆ ମୋ ପ୍ରିୟ

ଓଡିଶା ପରା ମୋ ଦେଶ,

କପାଳେ ଲାଳିମା, ସିନ୍ଥିରେ ସିନ୍ଦୂର

ମଥା ରେ ଓଢଣା ବେଶ।


ପାଦ ରେ ପାଉଁଜି, ଚୁଡି ମୋର ହାତେ

ସୁମଧୁର ଭାଷା ଓଠେ,

ମୋ ଜାତି କୀରତି, ଗୌରବ ଗୀତି

ଅଜଣା କାହାକୁ ସତେ।


ସ୍ମରଣୀୟ ଗାଥା, ମୋ ଜାତି କବିତା

ଇତିହାସ ଅଛି ସାକ୍ଷୀ,

ପ୍ରତି ପାଦେ ଅଛି, ଗୌରବ ଗୀତି

ସୁବର୍ଣ୍ଣ ଅକ୍ଷରେ ଲେଖି।


ଗୀତା ଭାଗବତ, ନିଇତି ପଢୁଛି

ଇଷ୍ଟ ମୋର ଜଗନ୍ନାଥ,

ପତିତପାବନ ନାଁ ନେଇ ତୁଣ୍ଡେ

ଯୋଡେ ମୁହିଁ ବେନି ହସ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics