STORYMIRROR

Chinmayee Sahoo

Fantasy

3  

Chinmayee Sahoo

Fantasy

ନୟନର ସାଥୀ ସପନ

ନୟନର ସାଥୀ ସପନ

1 min
382

ଆଖିପାଇଁ ନିଦ,

ନିଦପାଇଁ ସ୍ୱପ୍ନ

ହୋଇଥାଏ ବହୁ ଜରୁରୀ।


କାମନାରୁ ଭାବ

ଭାବନାରୁ ସ୍ୱପ୍ନ

ସ୍ୱପ୍ନ କରେ ସୁଖୀ ଭାରି।....୧


କିଛିକ୍ଷଣ ପାଇଁ

ପଛେ ସେ ହୁଅଇ

ଦିଏ ଯେବେ ବହୁ ସୁଖ।


ମିଠା ଛଳନା ସେ

ସୁଖ କାମନା ସେ

ଭୁଲାଏ ଯା ବାସ୍ତବିକ।....୨


ଏ ଘୋର ସଂସାରେ

ମାୟା ଅନ୍ଧକାରେ

ଅବିରତ ବହୁ କାର୍ଯ୍ୟ।


ନିଦର ବିଶ୍ରାମେ

ସପନର ଭ୍ରମେ

ବୁଲାଏ ନୂଆ ରାଇଜ।....୩


କ୍ଷଣିକ ସୁଖ ସେ

ଭୁଲାଏ ଦୁଃଖଯେ

ଅପ୍ରାପ୍ୟ ତା ପାଖେ ପ୍ରାପ୍ୟ।


ମନର ଭାବନା

କରେ ଆନମନା

ଥାଏ ସଭିଙ୍କର ଗୋପ୍ୟ।...୪


ମିଳିଯାଏ ଯଦି

ସ୍ୱପ୍ନେ ଭିଜିଭିଜି

ଆଶା ଥାଏ ଯାହା ମନେ।


ଦିଏ ଉତ୍ସାହଟେ

ନବ ପ୍ରଭାତଟେ

ଉଲ୍ଲାସ ଭରେ ଜୀବନେ।....୫


ମନଯାହା ଚାହେଁ

ସବୁ ତ ନପାଏ

ଅବଶୋଷ ତ ଗହନ।


ସ୍ୱପ୍ନ ଲାଗେ ଭଲ

ସେ ଅମୂଲ ମୂଲ

ନୟନର ସାଥୀ ସପନ।....୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy