STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ନୟନ ତାରା..

ନୟନ ତାରା..

1 min
326


ଫୁଲ ବୋଲି ଭାବି ତୋଳି ମୁଁ ଆଣୁଚି, 


ସାଜୁଛ ଆକାଶ ତାରା, 


ତୋଳି ଆଣି ତୁମ ଗଭାରେ ଖୋସୁଛି 


ଫୁଟୁଛ ଆକାଶ ସାରା, 


ମୋ ଆକାଶ ଗଙ୍ଗା ନିହାରିକା ତୁମେ, 


ତୁମେ ସେଇ ଧ୍ରୁବ ତାରା, 


ତୁମେ ହେଲେ ସ୍ଵାତି, ଉଜ୍ଜଳ ତାରକା, 


ନକ୍ଷତ୍ରର ଭାଗ୍ୟ ଲେଖା, 


ତୁମେ ଅରୁନ୍ଧତୀ,ତୁମ ଅପୂର୍ବ ବର୍ଣ୍ଣାଳି, 


କେଉଁ ବିଶୁଦ୍ଧ ତମ ମୁକ୍ତା, 


ତୁମେ କେବେ ମଘା, ପ୍ରଶ୍ୱା ନାମ ଧର 


ଜ୍ୱଳନ୍ତ ନକ୍ଷତ୍ର ଦୀପ୍ତା..!


ଉତ୍ତର ମେରୁର ସୌମ୍ୟ ଧ୍ରୁବ ତାରା, 


ଦକ୍ଷିଣରେ ଯାମ୍ୟ ତାରା, 


ହେ ପରମ ଦୀପ୍ତି,ତୁମ ପ୍ରତିଚ ଦୀପ୍ତି 


ପରିବ୍ୟାପ୍ତ କଳ୍ପ ରେଖା..? 


ତୁମ ବର୍ଣାଳୀରେ ରଂଗ ଟିଏ ହୋଇ 


ତୁମେ ସେ ରଂଗ ଅପ୍ସରା 


ସ୍ୱଚ୍ଛ ପଟଳେ ତୁମ ରଂଜିତ ପରଦା 


ସେ ସ୍ବପ୍ନ ନୟନ ତାରା..!


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance