STORYMIRROR

Chittaranjan Nanda

Abstract Others

4  

Chittaranjan Nanda

Abstract Others

ନ୍ୟାୟାଧୀଶ

ନ୍ୟାୟାଧୀଶ

1 min
410


ନାହିଁ ଆଜି ବିଦେଶୀ ଶାସନ ଆମେ 

ହୋଇଛେ ସ୍ୱାଧୀନ

ଆମେ ନିଜ ହାତରେ ଗଢିଅଛୁ 

ଆମରି ସମ୍ବିଧାନ ।1


କିପରି କରିବା ସମ୍ବିଧାନ ଦତ୍ତ 

ଅମ୍ବୃତର ସୁଧାପାନ

ପ୍ରତ୍ୟେକ ଜନ ସାଧାରଣଙ୍କ ହୁଏ

ଇଚ୍ଛା ପ୍ରତିଦିନ ।2


ମିଳିବ କେବଳ ନିରପେକ୍ଷ ବିଚାର 

ବ୍ୟବସ୍ଥାରେ

ନିର୍ଭର କରେ ସତ୍ୟପ୍ରିୟ ନ୍ୟାୟଧୀଶ

ନିରପେକ୍ଷତା ଉପରେ ।3


ପ୍ରାଣୀ ଜଗତରେ ସମସ୍ତେ ନିଯୁକ୍ତ

ନିଜ ନିଜ କର୍ମ କ୍ଷେତ୍ରେ

ଦେଶର ପ୍ରଗତି ବଢ଼ିଥାଏ ନୂଆଁ 

ସକାଳର ନୂଆଁ ଉଦ୍ଦୀପନାରେ ।4


କୁକର୍ମ ଓ ଦୁର୍ଭାବ ବର୍ଜନ କରିବା 

ନିତାନ୍ତ ପ୍ରୟୋଜନ

ସତ୍ୟ ପଥେ ଧର୍ମ ପଥେ ଚାଲିବାକୁ

ହୁଏ ପ୍ରତ୍ୟେକ ଜନ ।5


ସୁନ୍ଦର ସୃଜନୀ ପାଇଁ କଠିନ ପରିଶ୍ରମ 

ନିହାତି ଦରକାର

କଷ୍ଟ, ଚେଷ୍ଟା, ଅଧ୍ୟବସାୟ ବଳରେ

ସୁଖ ଆସେ ମଣିଷ ଜାତିର ।6


ଜନ୍ମାନ୍ଧ, ଭଲ ମନ୍ଦ ଜାଣି ପାରେ ନାହିଁ

ଯେଉଁପରି 

ନ୍ୟାୟାଧୀଶ ଗୋଡାଣିଆ, ମତାନ୍ଧ, ଓ

ଧର୍ମାନ୍ଧ ହେଲେ, ନ୍ୟାୟ ହୁଏ ତାର ସେପରି ।7


ସର୍ବଦା ଗର୍ବ ଅହଂକାର ମଣିଷକୁ 

ନିମ୍ନଗାମୀ କରି ଦେଇଥାଏ 

ନ୍ୟାୟାଧୀଶ, ସରଳ, ନିର୍ମଳ, 

ଦୟାବାନ୍ ହୋଇ ଥାଏ ।8


ନ୍ୟାୟ ମିଳେ ଯେବେ ନ୍ୟାୟାଧୀଶ ଭାବ

ଭାବନାର ଜଣେ ନିଛକ ସତ୍ୟତାକୁ

ନ୍ୟାୟ ମିଳେ ଯେବେ ନ୍ୟାୟାଧୀଶ 

ବାରିଧି କରେ ନିରପେକ୍ଷତାକୁ ।9


କ୍ଷମତାର ଲାଳସାରେ ପଥ ଭ୍ରଷ୍ଟ ହେଲେ

କେହି ନ୍ୟାୟାଧୀଶ

ଅନ୍ୟାୟ, ଅନୀତି, ଅତ୍ୟାଚାରରେ

ସନ୍ତୁଳିତ ହୁଅନ୍ତି ମଣିଷ ।10


ନ୍ୟାୟାଧୀଶ ହୋଇଛନ୍ତି ଦୁର୍ନୀତିଗ୍ରସ୍ତ 

କିଛି କ୍ଷମତାପିପାସୁ ଜନ

ମୂଲ୍ୟବୋଧହୀନ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଦ୍ୱାରା

ଛିନ୍ନବିଛିନ୍ନ ଗଣତନ୍ତ୍ର ଶାସନ ।11


ଭବିଷ୍ୟତ ଅନ୍ଧକାରରୁ ଆଲୋକ ପାଇଁ

ଦରକାର ପରିବର୍ତ୍ତନ

ଛିଣ୍ତାଇବା ମାନସିକ ଓ ଅର୍ଥନୈତିକ  

ପରାଧିନତାର ବନ୍ଧନ ।।12



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract