STORYMIRROR

Narayan chandra Senapati

Inspirational

4  

Narayan chandra Senapati

Inspirational

ନ୍ୟାୟ

ନ୍ୟାୟ

1 min
450


ହେ ନ୍ୟାୟ

ତୁମେ ଧରମର ଧର୍ମପୁତ୍ର

ତୁମେ ପୁଣ୍ୟର ମାନସପୁତ୍ର

ନୀତି ନିୟମର ମହୌଷଧି ଧରି 

ପଦାର୍ପଣ କର ଯେବେ ପୁଣ୍ୟଭୂମିକୁ

ନିର୍ଦ୍ଦୋଷର କୁଞ୍ଜବନେ ପ୍ରସ୍ଫୁଟିତ ହୁଏ ଭରସାର ରାଜନୀଗନ୍ଧା

ଦୋଷୀର ଭାଗ୍ୟକାଶେ ନିକ୍ଷେପିତ ହୁଏ ଯନ୍ତ୍ରଣାର ଧୂମକେତୁ

ତୁମେ କିନ୍ତୁ ସାଜ ସ୍ଥିତପ୍ରଜ୍ଞ

ସମାନତାର ବାର୍ତ୍ତା ଦେଇ 

ନିଷ୍କଳଙ୍କ ହେବାର କର ଦୃଢ଼ ସଂକଳ୍ପ।


 ହେ ନ୍ୟାୟ

ତୁମେ ଗୀତାରେ ସଂଜୀବନୀ

ତୁମେ ରାମାୟଣରେ ମାର୍ଗଦର୍ଶକ

ଶାନ୍ତିର କପୋତ ସାଜି

ଆବିର୍ଭାବ ହୁଅ ଯେବେ ଆର୍ଯ୍ୟ ସମାଜରେ

ଅନାର୍ଯ୍ୟର ହଂସା ବୁଡିଯାଏ

ଦଣ୍ଡର ବିକଟାଳ ରୂପ ଦେଖି ସେ ଚମକିଯାଏ

କ୍ଷମା ପ୍ରତିରୂପକୁ ମୁଣ୍ଡ ନୂଆଁଏଁ

ତୁମେ କିନ୍ତୁ ସାଜ ନିର୍ବିକାର

ଦୁଇ କୁଳର ସଙ୍ଗମରେ ସୃଷ୍ଟି କର 

ଆନନ୍ଦର ଅଶାନ୍ତି ଅଟ୍ଟାଳିକା।


 ହେ ନ୍ୟାୟ

ବିଶ୍ଳେଷଣରେ ତୁମେ ବିଚାରବନ୍ତ

ସଂଶ୍ଳେଷଣରେ ତୁମେ ମହାନ ଆତ୍ମା

ସମାଜ କଲ୍ୟାଣର ଗତିପଥେ

ଚଳାଅ ଯେବେ ସମ୍ବିଧାନର ନୌକା

କୁନି ପ୍ରଶଂସାଟା ହାତଠାରି ଡାକେ

ସ୍ଵଚ୍ଛ ଧର୍ମ ନିକିତିଟା ମୁରୁକି ହସେ

ତୁମେ କିନ୍ତୁ ସାଜ ଶାନ୍ତ ପଥିକ

ଆଶ୍ବାସନାର ଗଙ୍ଗା ଜଳ ଛିଞ୍ଚି 

ଆହ୍ୱାନ କର କରିବାକୁ ସତ୍ ପଥର ଅନୁସରଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational