Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balaji Sethi

Inspirational

4.5  

Balaji Sethi

Inspirational

ନ୍ୟାୟ ମାଗୁଛି

ନ୍ୟାୟ ମାଗୁଛି

1 min
433


ଏ ଆଖିରେ କେତେ ଆଉ

             ଲୁହ ଭରିଛି

ଆଖି ଲୁହ ଓଠ ପିଇ

           ଶୋଷ ମେଣ୍ଟୁଛି ।


ସୁଖ ବୋଲି ଯାହା ଥିଲା

       ଶୈଶବରେ ଶେଷ ହେଲା

ଯୌବନର ଜୈବ ଜ୍ୱାଳା

        ଅନଳ ଠୁଁ ବଳି ଗଲା

ତ୍ୱଚାର ତୋରଣ ତେଜ 

           ମଳି ଦିଶୁଛି

ଜରାୟୁରୁ ଜରାବେଶ

           ମୋହ ଗ୍ରାସିଛି

ଏ ଆଖିରେ କେତେ ଆଉ

             ଲୁହ ଭରିଛି ।


ମତୁଆଳ ମନ୍ଦ ମତି

        ମତ୍ତେ ହୁଡ଼ିଲା କରମ

ଅନୀତିକୁ ନୀତି କରି

       ଆପେ ମଣିଲା ଧରମ

ମାଲିକ ପଣିଆ ହୁଦା

          ବନ୍ଧା ପଡିଛି

ଅସଲ ମାଲିକ ଯିଏ

          ତୁନି ଦେଖୁଛି

ଏ ଆଖିରେ କେତେ ଆଉ

            ଲୁହ ଭରିଛି ।


ସମୟ ସୁଅରେ ପ୍ରାଣ

          ବଢ଼ିର ଶୁଖିଲା ତୃଣ

ଧନ ଜନ ଅରଜନ

        ଶେଷ ବେଳେ ଅକାରଣ

ଧର୍ମ ତରାଜୁରେ ପାପ

         ଭାରି ପଡୁଛି

ଧରମ ଦାଣ୍ଡର ଦୋଷୀ

         ନ୍ୟାୟ ମାଗୁଛି

ଏ ଆଖିରେ କେତେ ଆଉ

            ଲୁହ ଭରିଛି ।           


Rate this content
Log in

Similar oriya poem from Inspirational