STORYMIRROR

Sunita Barik

Inspirational

4  

Sunita Barik

Inspirational

ନୂତନ ସୂର୍ଯ୍ୟୋଦୟ

ନୂତନ ସୂର୍ଯ୍ୟୋଦୟ

1 min
338

କିଛି କଥା କିଛି ବ୍ୟଥା

ଆଉ କିଛି ହୃଦୟ ର ନୀରଵତା

ସବୁର ମିଶ୍ରଣରେ ଜୀବନର ଚଲାପଥ 

କେବେ ଫୁଲ କେବେ କଣ୍ଟା

ତଥାପି ସବୁକୁ ଆୟତ୍ତ କରି

ଜୀବନ ଜୀଇଁବାର ସଂଘର୍ଷ

ଏତେ ସହଜରେ ହାର୍ ମାନିବାକୁ 

କଣ ଜୀବନ କହିହେବ?

ନା!

ଅଜଣା ଭିଡ଼ ଭିତରେ ନିଜ ପାଇଁ

କିଛି ଖୁସି ସାଉଁଟି ନେବା

ଏହାହିଁ ଜୀଵନ

ଅନ୍ୟର ହସ ଭିତରେ ନିଜ

ଖୁସିକୁ ଖୋଜି ପାଇବା ହିଁ ତ ଜୀବନ

ଅନେକ ଥର ଜୀବନର ଚଲାପଥରେ

ଝୁଣ୍ଟାଝୁଣ୍ଟି ଭିତରେ

ନିରାଶା ଆବୋରି ବସେ

ସମଗ୍ର ସତ୍ତାକୁ

ଲାଗେ ନା ଆଉ ହବନି 

କିନ୍ତୁ ଏକ ନୂତନ ସୂର୍ଯ୍ୟୋଦୟର

ଆଗମନରେ ପଥ ପରିଷ୍କାର ଦିଶେ

ଘନ ଅନ୍ଧାର ଅପସରି ଯାଏ

ଏବଂ ଜୀବନ ଆଗକୁ ଆହୁରି ବଢିବାର

ରାସ୍ତା ଉଜ୍ଜ୍ୱଳମୟ ହୋଇ ଉଠେ

ସେତେଦିନ ଯାଏ ଆମେ ହାରୁଥିବା

ଯେତେଦିନ ଆମେ ନିଜ ଭିତରେ ଥିବା ଡରକୁ

ପ୍ରଶୟ ଦେଉଥିବା ଆମ ଭିତରେ

ସେ ଜିତିଚାଲିଥିବ ଆଉ ଆମେ ହାରି ଚାଲିଥିବା

ଡରକୁ ନିଜ ଠାରୁ କାଢି ଫିଙ୍ଗି ଦେଲା ପରେ

ଆମେ ବଞ୍ଚିପାରିବା ଏକ ସୁନ୍ଦର ଜୀବନକୁ

ଏ ସୁନ୍ଦର ପୃଥିବୀରେ ଆମ ପାଇଁ ଥିବା

ସେ ଆୟୁଷ ଟିକକକୁ ମନଭରି

ଭୋଗିପାରିଵା ନିର୍ଦ୍ଵନ୍ଦରେ .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational