STORYMIRROR

Dr Santosh Kumar Panda

Inspirational

4  

Dr Santosh Kumar Panda

Inspirational

ନୂତନ ସକାଳର ଆହ୍ଵାନରେ

ନୂତନ ସକାଳର ଆହ୍ଵାନରେ

1 min
268


ଯୁବ ଶକ୍ତିକୁ ଆଜି କରେ ଆହ୍ଵାନଜାଗ୍ରତ ହୁଅରେ ସୁପ୍ତ ଜଓ୍ଵାନ,ନବ ପ୍ରଭାତକୁ ସ୍ଵାଗତ କର ଦେଇ ମନ, ପ୍ରାଣ।


ମଧ୍ୟାହ୍ଣର ରବି, ଜ୍ଵଳନ୍ତ ଅଗ୍ନି ପରି ହୋଇଉଠ ଦୀପ୍ତିମାନ,ହୃଦ ପୃଥ୍ବୀ ପରି, କର୍ମ ହେଉ ସୂର୍ଯ୍ୟସମୟ ପରି ହୁଅ ବେଗବାନ।


ଏକଈ ଈଶ୍ଵର ଦ୍ଵିତୀୟ ନାସ୍ତି ଲକ୍ଷ୍ୟ ଏହିପରି ହେଉ,ଶୋଷଣ,ଦୁର୍ନିତି, ହିଂସା,କନ୍ଦଳମାଆ ଗର୍ଭେ ନ ରହୁ‌।


ଆଜି ଏ ଦିବସେ ନିଅ ଶପଥ ହେ ମୋର ଯୁବ ବନ୍ଧୁଗଣ.ଦୂର କରିବା ସ୍ଵାର୍ଥପରତା,ଦାରିଦ୍ର୍ୟ, ଆତଙ୍କର ସଂଗଠନ।


ମାଆର ରକ୍ଷା ପାଇଁଯାଉ ପଛେ ଏ ପ୍ରାଣ,

ବିଦେଶୀ ହାତରେ ବିକିବାନିକରିବାନି ତାକୁ ବିଚ୍ଛିନ୍ନ।


ଅସ୍ପୃଶ୍ୟତା ନାମେ ଭାଇକୁ ଭାଇଠୁକରିବାନି

ବିଚ୍ଛେଦରାଜନୀତି ନାମେ ମା'ର ଆମେକରିବାନି ଶିରଚ୍ଛେଦ।


ସ୍ନେହ, ଶ୍ରଦ୍ଧା,ଭ୍ରାତୁଭାବହେଉ ଆମ ମୂଳନୀତି,

କଣ୍ଠରେ ସର୍ବଦା ରହୁଭାରତର ଜୟ ଗୀତି।


ବିଶ୍ଵ ଶାନ୍ତି ଏକତା ଯାତ୍ରାରେହୋଇ ସାମିଲ୍ସାମ୍ରାଜ୍ୟବାଦ,ଶୀତଳଯୁଦ୍ଧକୁକରିଦେବା ଖିନଭିନ।


ଦରକାର ନାହିଁ ହାତ ହତିଆରଦରକାର ଆଜି ପ୍ରେମ ଅସ୍ତ୍ର,ହାତକୁ ହାତ, କାନ୍ଧକୁ କାନ୍ଧ ମିଳାଇକରିବା ଭାରତ ଏକତ୍ର।


ବିଶ୍ଵ ଦରବାରେ ମାଆକୁ ଆମରକରିବାରେ ପ୍ରତିଷ୍ଠିତ,ଯାହା ଦିନେ କରିଥିଲେ,ନେତାଜୀ,ଭଗତ, ବିବେକାନନ୍ଦ।


ବିଶ୍ଵ ଇତିହାସେ ଭାରତର ନାମକରିବାରେ ଆମେ ଉଚ୍ଚା,ସ୍ଵର୍ଣ୍ଣ ଅକ୍ଷରେ ଲେଖିଦେବାତା'ର ଇତିହାସ ପୃଷ୍ଠା।


ନବ ସକାଳର ନବ କିରଣରେକରିଦେବା ସବୁ ଧୈ।ତ,ଶ୍ରୀ ହୀନ ମାଆକୁ ଆମେକରିବା ଶ୍ରୀ ମଣ୍ଡିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational