STORYMIRROR

Chittaranjan Parida

Inspirational

3  

Chittaranjan Parida

Inspirational

ନୂତନ ପୃଥିବୀ

ନୂତନ ପୃଥିବୀ

1 min
11.7K

ଧରା ଆଜି ସ୍ତବ୍ଧ

ମୁଖା ପିନ୍ଧି ଶୁଣୁଛି ନୀରବେ

     ପରିବର୍ତ୍ତନର ଧୀର ପଦଶବ୍ଦ।

 ସବୁଠି ନିର୍ଜନତାର ରାଜୁତି

    ନାହିଁ ପୂର୍ଵାବତ୍ କୋଳାହଳ

    ନାହିଁ କଳକାରଖାନା କି ଯାନବାହାନର

             କାନଫଟା ରଡି,

 ଅର୍ହନୀଶ କର୍ମବ୍ୟସ୍ତ ଧରାପୃଷ୍ଠ

 ଆଜି ଶାନ୍ତ ନୀରବ ।

ଶୁଭୁନି ଜନସମୁଦ୍ରର ଘୋ ଘୋ ନାଦ

 ବଢୁନି ଚୋରି, ଦଙ୍ଗା, ହତ୍ଯା ରାହାଯାନୀ,

 ବିଷାକ୍ତ କଣିକା ଖାଇ ଜଳୁଥିବା ପବନ

      ଶାନ୍ତ ହୋଇଛି

ଆଉ ହେଉଛି ନିର୍ମଳ ।

ପକ୍ଷୀଙ୍କ ମଧୁର କାକଳି ହୁଏ ଗୁଞ୍ଜରିତ

ଆକାଶ ବୋଳୁଛି ଦେହେ ନୀଳମଣି ରୂପ,

ଜନପଦେ ,ନଗ୍ରେ ଆଜି ନାହିଁ ଆବର୍ଜନା

ଗନ୍ଧ ପୋତିମୟ ଜଳରାଶି

     ପାଲଟୁଛି କାଚକେନ୍ଦୁ ଭଳି।

ବିଶ୍ଵବାସୀ ବସିଛନ୍ତି ଘରେ

       ମୁଖା ପିନ୍ଧି ତ୍ରାସେ

ଏବେଳେ ଧରଣୀରାଣୀ

       ମୁହଁ ଲୁଚି ହସେ ।

              

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational