STORYMIRROR

Harekrushna Deb Sahoo

Tragedy Action Thriller

3  

Harekrushna Deb Sahoo

Tragedy Action Thriller

ନୂତନ ବର୍ଷର ନବ କୋଶଳ

ନୂତନ ବର୍ଷର ନବ କୋଶଳ

1 min
124

ନୂତନ ବରଷେ ନବୀନ ଆଲୋକେ, 

   ନବ କୋଶଳ ଆମ ହସେ

ନୂତନ କୁସୁମ ନବୀନ ପ୍ରଭାତେ,

     ହସ ହସ ମୁଖେ ପ୍ରକାଶେ।

         

ସୂରଜ ସକାଳେ ମୁରୁକି ହସିଲେ, 

     ବିନ୍ଦୁ ବିନ୍ଦୁ କାକର ଘାସେ

ଘାସ ଗାଲିଚାରେ ସୁଷମା ଶେଜରେ,  

       ଝକମକ ମୁକୁତା ଦିଶେ।

       

ନବ ବରଷରେ ନୂତନ ଦିବସେ,

     ଗୀତ ନବ ପ୍ରତିଭା ରସେ

ନବ ନବ ଗୋଲାପ କଢ ବିକଶେ,

     ନାଲି ନେଲି ଫୁଲ ହରସେ।

     

ନବ ପ୍ରତିଭାର ନୂତନ କୋଶଳେ,

    ଆମେରେ ଟିକି ଟିକି ଫୁଲ

 ହସି ହସାଇବୁ ନାଚିବୁ ଗାଇବୁ,

      ଜାଗ୍ରତ ନୂତନ ସକାଳ ।

    

ଶାନ୍ତି ମୈତ୍ରିରେ ଗଢା ନବ କୋଶଳ,

    ଆସ ଯେତେ ଭାଇ ଭଉଣୀ

 ସପଥ କରିଣ ଗଢିବା କୋଶଳ,

     ରଚିବା ନୂତନ କାହାଣୀ ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy