Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Classics Fantasy Inspirational

3.0  

Sadananda Sahoo

Classics Fantasy Inspirational

ନୂତନ ବର୍ଷର ଅଭିନନ୍ଦନ

ନୂତନ ବର୍ଷର ଅଭିନନ୍ଦନ

1 min
324



ନୂତନ ବର୍ଷର ଏ'ଅଭିନନ୍ଦ

ସାଦରେ ଗ୍ରହଣ କର;

ବନ୍ଧୁ ପରିଜନ ସାଥୀ ସହୋଦର

ଏତିକି ବିନତୀ ମୋର. !!

ବିଂଶ ଶତାବ୍ଦୀର ବିଂଶ ଦେଲା ଦୁଃଖ

ସବୁ ତୁମେ ଭୁଲି ଯାଅ.; 

ବିଂଶତମ ଏକ ଆଣିଦେବ ସୁଖ

ବିଶ୍ଵାସରେ ସଦା ଥାଅ. !!

ପ୍ରେମେ ଯାଅହଜି ସୁମଣିଷ ସାଜି

 ସର୍ବଦୁଃଖ ଯିବହଜି ; 

ଭକ୍ତିଭାବ ସଦା ମନରେ ରଖିଥା

ସୁଖ ହିଂ ଆସିବ ଖୋଜି !!

ସେବା ମନୋଭାବ କରହେ ପୋଷଣ

ପ୍ରିୟଜନ ବନ୍ଧୁ ସଖା ;

ବିପଦ ଆପଦେ ସାହାହବ ସତେ

ସମର୍ପଣେ ଦେବ ଭିକ୍ଷା !!

କରୋନା ସଙ୍କଟ ଟଳିଯିବ ସତ୍ୟ

ରଖସର୍ବେ ଦୃଢଆଶା ;

ଉତ୍କଳର ମଣି ପ୍ରଭୁ ଚକ୍ରପାଣି

ଆମରି ସାହା ଭରସା !! 

ବିଂଶ ଶତାବ୍ଦୀର ଏକୋଇଶୀ ବର୍ଷ

ଆଣିଦେଉ ଚିରହସ ; 

ହେବ୍ରହ୍ମାଣ୍ଡ ଠାକୁର ପ୍ରଭୁ ଜଗନ୍ନାଥ

କୋଟିକୋଟି ପ୍ରଣୀପାତ. !!

ରୋଗ ଶୋକ ଦୁଃଖ ହେଉ ଦୂରୀଭୂତ

ଭରିଦିଅ ସୁଖଶାନ୍ତି ;

ଅନ୍ୟାୟ ଅନୀତି ଯାଉ ଅପସରି

 ମନରେ ନରହୁ ଭୀତି  !!

ଦୁଃଖ ପରେ ସୁଖ ଆସିବକି ସତ

କୁହପ୍ରଭୁ ତୁଣ୍ଡ ଖୋଲି ; 

ନୂତନ ବର୍ଷର ଏହି ଅଭିପ୍ରାୟ

ହସିଉଠୁ  ପୁରପଲ୍ଲୀ  !!

ଏକ ବିଂଶ ଏକ ହେଉ ସହାୟକ

ସ୍ନେହଶ୍ରଦ୍ଧା ହେଉ ଶ୍ରେଷ୍ଠ. ;

ପ୍ରେମ ପଣତରେ ଢାଙ୍କିଦିଅ ବାରେ

ଦୂରହେଉ କ୍ଳେଶକ୍ଳିଷ୍ଟ. !!



Rate this content
Log in

Similar oriya poem from Classics