STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

2  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

ନୂତନ ବର୍ଷ

ନୂତନ ବର୍ଷ

1 min
216

ନୂଆ ବରଷର ନୂତନ ରଙ୍ଗରେ 

ରଙ୍ଗାୟିତ ହେଉ ମନ

ଅତୀତର ଯେତେ କଳଙ୍କିତ ଛିଟା

ହୃଦୟରୁ ହେଉ ଶୂନ୍ୟ

ହିଂସା ଅହଂକାର ମନର ବିକାର

ପ୍ରକୋପର ଅଗ୍ନି ସ୍ତୁପ

ଅହିଂସା ମନ୍ତ୍ରରେ ପ୍ରେମର ବର୍ଷାରେ

ହୋଇଯାଉ ନିର୍ବାପିତ

ମାନସିକ ଚିନ୍ତା ଶାରୀରିକ ପୀଡା

ଦୁଃଖ ଶୋକ ରୋଗ କଷ୍ଟ

ଖୁସିର ବନ୍ୟାରେ ଭାସି ଯାଇ ସବୁ

ଅବିଳମ୍ବେ ହେଉ ନଷ୍ଟ

ଶତୃତାର ବାଡ଼ ଅଶାନ୍ତିର ଝଡ଼

ବନ୍ଧୁତ୍ୱର ରୂପ ନେଉ

ନବ ବରଷର ନୂତନ ସକାଳ

ଶାନ୍ତି ବାର୍ତ୍ତା ଆଣି ଦେଉ

ନୂଆ ଆଶା ଆଉ ନୂତନ ସଂକଳ୍ପ

ନୂଆ ବର୍ଷ ପାଇଁ ନେବା

ଇର୍ଷା ହିଂସା ଦ୍ୱେଷ ମନ ମନ୍ଦିରରୁ

ସମ୍ପୂର୍ଣ ଦୂରେଇ ଦେବା

ନବ ବରସକୁ ସ୍ୱାଗତ କରିବା 

ନୂଆ ଉଦ୍ଦୀପନା ନେଇ

ପରସ୍ପର ପ୍ରତି ସ୍ନେହ ପ୍ରେମ କରି

ଶାନ୍ତିରେ ବଞ୍ଚିବା ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract