STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ନୂତନ ଆରମ୍ଭ

ନୂତନ ଆରମ୍ଭ

1 min
319



ନୂତନ ଆରମ୍ଭ କରିବା ପୂର୍ବରୁ

ବିଷ୍ଣୁ ନାମ ଉଚ୍ଚାରଣ ।

କରିବ ହରି ଅବା ମାଧବ କୁହ

ସର୍ବ କାରଣ କାରଣ ॥୧॥

ସରବ ସାଧବ ନିତ୍ଯ ନିରନ୍ତର

ସର୍ବ କାର୍ଯ୍ୟରେ ମାଧବ ।

ନାମ ସୁମରନ୍ତି ସିଦ୍ଧି ଲଭିଥାନ୍ତି

ମାଧବ ନାମ ଦୁର୍ଲ୍ଲଭ  ॥୨॥

ନାମ ସ୍ମରଣରେ ପବିତ୍ର ହୋଇବ

ମସ୍ତକେ ତିଳକ କର ।

ଚନ୍ଦନ ମହାପୁଣ୍ୟ ପାତକ ନାଶେ

ପବିତ୍ର ଆପଦହର  ॥୩॥

ପବିତ୍ର ଚନ୍ଦନ ଲକ୍ଷ୍ମୀ ନିବସନ୍ତି

ଚନ୍ଦନ ଧାରଣ କଲେ ।

କାହା କଥା ତୁମେ ଶୁଣିବ କାହିଁକି

କେ ଟାହି ଟାପରା କଲେ  ॥୪॥

ଅୟମାରମ୍ଭାୟ ଶୁଭାୟ ଶୁଭଂ

ଭବତୁ ବୋଲି ଉଚ୍ଚାରିବ ।

ପବିତ୍ରୀକରଣ କଲାପରେ ଯାଇ

କଳସଟିଏ ସ୍ଥାପିବ ॥୫॥

କଳସର ଜଳେ ଗଣପତି ଦେବ

ବରୁଣ ଆଦିତ୍ଯ ଆଦି ।

ନବଗ୍ରହ ଇନ୍ଦ୍ର ଦଶଦିଗପାଳ

ଗ୍ରାମଦେବତା ସମ୍ପାଦି ॥୬॥

ଦ୍ଵାଦଶ ଦେବଙ୍କ ପୂଜନ କରିବ

ଯଥାବିଧି ଉପଚାରେ ।

ନୂତନ ଆରମ୍ଭ ପ୍ରୟାସ କରିବ

ଶୁଭ ମଙ୍ଗଳ ବେଳାରେ ॥୭॥

କାୟା ମନ ବାକ୍ଯ ଇନ୍ଦ୍ରିୟ ବୁଦ୍ଧିରେ

ପ୍ରକୃତି ବା ସ୍ବଭାବରେ ।

ଯାହା ବି କରିବ ସବୁ ସମର୍ପଣ

କରିବ ବିଭୁ ପୟରେ ॥୮॥

ନୂତନ ଆରମ୍ଭ ସାକାର ହୋଇବ

ମିିଳିିବ ନବଜୀବନ ।

ବିଭୁ ଆଶୀର୍ବାଦ ଲାଭ କରି ଧନ୍ୟ

ଲଭିବ ତୁମ ଜୀବନ ॥୯॥


Rate this content
Log in

Similar oriya poem from Inspirational