ବନ୍ଦୀ
ବନ୍ଦୀ


ଏକା ମୁଁ ବନ୍ଦୀ ନୁହେଁ,
ଏ' ସୃଷ୍ଟି ବନ୍ଧନ ଯୁକ୍ତ |
ମୁକ୍ତିର ମଶାଲ ଜାଳ ବା ନ ଜାଳ-
ମିଛ ଅଭିନୟ କିଏ କରୁ ବା ନ କରୁ-
କେହି କେବେ ହେବେନାହିଁ ମୁକ୍ତ |
ଜନ୍ମ ପୂର୍ବରୁ ମାତୃଗର୍ଭରେ ଭୃଣ ହୋଇଥାଏ ବନ୍ଦୀ,
ଭୂମିସ୍ପର୍ଶ ମାତ୍ରେ ଶିଶୁ ହୋଇଯାଏ-ମାଆ କୋଳେ ବନ୍ଦୀ|
ସ୍କୁଲରେ ବନ୍ଦୀ ପୁଣି କଲେଜରେ ବନ୍ଦୀ,
ଅଫିସରେ ବନ୍ଦୀ ପୁଣି ସମାଜରେ ବନ୍ଦୀ |
ଭକ୍ତ ହୃଦୟରେ ନିଜେ ବନ୍ଦୀ ଭଗବାନ,
ଅପରାଧୀ ବନ୍ଦୀହୁଏ କୁକର୍ମ ଦୋଷରେ |
କପଟ ପଣରେ ଛନ୍ଦା ହେଉଛି ମଣିଷ,
ପରମାତ୍ମାଙ୍କ ଅଦୃଶ୍ୟ ରଜ୍ଜୁରେ ବନ୍ଧା ପ୍ରତିଜୀବ ଆତ୍ମା |
ବନ୍ଦୀଶାଳାରେ ପୁଣି ଶ୍ରୀକୃଷ୍ଣଙ୍କ ଜନ୍ମ-
ବନ୍ଦୀ ହୁଏ ରାଜା,
ବନ୍ଦୀ ସୈନିକ କେବେ ଅସହାୟ ନୁହେଁ,
ନେତା ଦେଶପ୍ରେମୀ ବନ୍ଦୀ, ଗଣା ହୁଏନା ବନ୍ଦୀରେ |
ଅସଲ ବନ୍ଦୀ ତ ଅଛି ଇତିହାସେ ଲେଖା,
ପୁତ୍ରଦ୍ୱାରା ପିତା ବନ୍ଦୀ କରୁଣ କାହାଣୀ,
ରାଜା ବିମ୍ବିସାର ଆଉ ଶାହାଜାହାନ କେବଳ ନମୁନା |