ନୂଆ ବରଷ
ନୂଆ ବରଷ


ସମୟ ଖେଳୁଛି ନୂଆ ପୁରୁଣାର
ଉତ୍ଥାନ ପତ୍ତନ ଦୋଳି
ସେ ଦୋଳିରେ ଝୁଲେ ଜନ ମନ ପ୍ରାଣ
ନବ ଉଦ୍ଦୀପନା ବୋଳି ।
କେବେ ଉଦାସୀନ ଅନ୍ଧକାର ସମ
କେବେ ଉଚ୍ଛନ୍ନ ମନ
କେବେ ସେ ବିଳପେ ଅତୀତ ସ୍ମୃତିରେ
ଯେହ୍ନେ ବିରହୀର ମନ ।
ସେହି ସବୁ ଘେନି ଦିିନ ବିତି ଯାଉ
ନୂତନ ବର୍ଷର ଅଙ୍କେ
ଲିଭି ଯାଉ ଯେତେ କଳୁଷ ଭାବନା
ତମସା ରଜନୀ ଫାଙ୍କେ ।
ସହଯୋଗ ବୃତ୍ତି ଉଦ୍ଭାବିତ ହେଉ
ଭୂଲି ଭେଦ ଭାବ ରୀତି
ଆପଦେ ବିପଦେ ଦୁଃଖି ଦରିଦ୍ରଙ୍କ
ମନରେ ନଆସୁ ଭୀତି ।
ନବ ବାଳ ଭାନୁୁୁ ଉଦୟେ ଯେସନେ
ଚମକେ ପ୍ରଭାତ ଖଳା
ସେହି ରୂୂପେ ଭାଗ୍ୟେ ହେଉ ବିିିିକଶତ
ନବ ପ୍ରତିଭାର ବେଳା ।
ଐକବଦ୍ଧ ହୋଇ ଉନ୍ନତି ପଥରେ
ଯଦି ହେବା ଅଗ୍ରସର
ନୂତନ ଦିିିଶାଟି ଅନୁକୂଳ ଭାବେ
କରୁ ଥିବ ଉପକାର ।