STORYMIRROR

PRIYARANJAN SAHOO

Inspirational

3  

PRIYARANJAN SAHOO

Inspirational

ନୂଆଁଖାଇ ଜୁହାର

ନୂଆଁଖାଇ ଜୁହାର

1 min
314


ନୂଆ ବାସ ପିନ୍ଧି  ନୂଆ ଅନ୍ନ ଭୁଞ୍ଜି

   ଆସିଛି ଏ ନୂଆଁଖାଇ

କେତେ ସଜ ହୋଇ  ଦେଉଳେ ବସିଛି

   ଇଷ୍ଟଦେବୀ ସମଲେଇ ।


ପଶ୍ଚିମ ଦିଶାରୁ  ଉଇଁଲାକି ସୂର୍ଯ୍ୟ

   ଏଇ ଗଣ ପରବରେ

ସ୍ନେହ ସୋହାଗରେ  ପରିବାର ଭରେ

   'ଭାଇଚାରା' ଏକତାରେ ।


ଏକାଠି କରିଣ  ରାଗ ଅଭିମାନ

   କରିଦେଇ ଚୁରମାର୍

ସ୍ନେହ ପ୍ରେମ ଭରେ  ଓଳଗି ପଡ଼ନ୍ତି

   ଭେଟି ନୂଆଁଖାଇ ଜୁହାର୍ ।


ନୂଆ ଶସ୍ୟ ସାଥେ  କେତେ ଯେ ବ୍ୟଞ୍ଜନ

   ପେଟ ପାଇଁ ହୁଏ ସଜା

ପରମ୍ପରା ରଙ୍ଗ  ରଙ୍ଗେଇ ମାତୁଛି

   ନିସାନ୍ ଢୋଅଲ୍ ବାଜା ।


ଦେଶ ବିଦେଶରୁ  ଟାଣି ଯେ ଆଣଇ

   ମେଲି 'ପରବ'ର ନାଟ

ଗାଁ, ସଂସ୍କୃତିରେ  ବାସନା ଭରଇ

   ନୂଆଁଖାଇ ଭେଟଘାଟ ।


Rate this content
Log in

Similar oriya poem from Inspirational