STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational

ନୂଆଁ ରୂପେ ନୀଳାଚଳ

ନୂଆଁ ରୂପେ ନୀଳାଚଳ

1 min
4


ଶଙ୍ଖନାଭି ମଣ୍ଡଳର ନୂଆଁ ରୂପେ ନୀଳାଚଳ

ପୌଷ ଶୁକ୍ଳ ସପ୍ତମୀର ପୂଣ୍ୟ ତିଥିରେ,

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

କଲେ ମୁଖିଆ ନବୀନ, ରାଜନ ମେଳେ

ପୁଣ୍ୟ ଶ୍ରୀକ୍ଷେତ୍ର ଐତିହ୍ୟରେ

ଯୋଡିଲା ସ୍ଵର୍ଣ୍ଣ ଅଧ୍ୟାୟ,ଜଗା ଆଜ୍ଞାରେ।୧।

ଚାରିଦ୍ୱାରେ ଚାରି ବେଦ ରୁକ୍,ଯଦୁ,ସାମାଥର୍ବ

ମନ୍ତ୍ରଧ୍ବନି ଶଙ୍ଖନାଦ,ପ୍ରକମ୍ପନରେ 

ବୈଦିକ ବ୍ରାହ୍ମଣ ମେଳେ, ପରମହଂସ ସକଳେ 

ଯଜ୍ଞ ସମାପନ କଲେ ଯଥା ବିଧିରେ,

ରାଜନ ଦେଲେ ପୂର୍ଣ୍ଣାହୁତି,

ସ୍ୱର୍ଗୁ ଦେବଗଣ କରିଲେ ପୁଷ୍ପ ବୃଷ୍ଟି ।୨।

ମିଳି କୀର୍ତ୍ତନ ମଣ୍ଡଳୀ ନାଚୁଥାନ୍ତି ଢଳି ଢଳି 

ତାଳ ମୃଦଙ୍ଗର ତାନେ,ହୋଇ ବିଭୋଳ 

ହରିବୋଲ ହୁଳହୁଳି, ଘଣ୍ଟ ମୃଦଙ୍ଗ କାହାଳୀ

ଶ୍ରୀକ୍ଷେତ୍ର ପଡ଼େ ଉଚ୍ଛୁଳି, ଆନନ୍ଦଭର।

ସ୍ୱର୍ଗେ ଥାଇ ବିବୁଧ ବୃନ୍ଦ,

ପୁଷ୍ପ ବୃଷ୍ଟି କରୁଥାନ୍ତି ହୋଇ ଆନନ୍ଦ।୩।

ଶ୍ରୀସେତୁ ଶ୍ରୀମାର୍ଗ ମାନ,ସୁଗମ କଲା ଦର୍ଶନକବି 

ପ୍ରଶସ୍ତ ରାସ୍ତା ସମୂହ ହେଲା ନିର୍ମାଣ

ବିବିଧ ବାଟିକା ମାନ, କଡରେ କରି ନିର୍ମାଣ

ତୁଳସୀ,ଦୟଣା,ପୁଷ୍ପ କି ଶୋଭାବନ

ମହମହ ସୁଗନ୍ଧ ବାସ,

ପରିକ୍ରମା ବେଳେ ଭକ୍ତ ମନ ଉଲ୍ଲାସ।୪।

ମହାଯଜ୍ଞ ପୂର୍ଣା ହୁତି,ଲୋକାର୍ପଣ ପୂର୍ବ ସ୍ଥିତି 

ଅମୃତ ବାରି ଧାରାର ଦେବାଶୀର୍ବାଦ 

ସେତ କାଳିଆର ଲୀଳା କେ କଳିବ ତାର ଖେଳା 

ବୃକ୍ଷରୁ ପତ୍ର ଝଡଇ, ତା ଇଙ୍ଗିତରେ 

ତ୍ରିଦିନାତ୍ମକ ମହାଯଜ୍ଞ,

ଜଗାର ଆଶିଷ ବଳେ, ହେଲା ସମ୍ପନ୍ନ।୫।

ପୁର ବାସୀ ହରଷରେ, ଚିତା କାଟି ଦ୍ୱାରେ ଦ୍ୱାରେ

ପୂର୍ଣକୁମ୍ଭ ତଥିପରେ, କରି ସ୍ଥାପନ,

ତହିଁ ଧୂପ,ଦୀପଜାଳି, ସହ ଦେଇ ହୁଳହୁଳି 

ଆନନ୍ଦେ ପଡି ଉଚ୍ଛୁଳି ହୋଇ ମଗନ।

ପୁଷ୍ପ ତୋରଣ ଦ୍ୱାରେ ଦ୍ୱାରେ

ଆଲୋକ ମାଳାରେ ସଜାଇ ଘରେ ଘରେ।୬।

ଏଭଳି ଅପୂର୍ବ ପର୍ବ, ସର୍ବ ଓଡିଆଙ୍କ ଗର୍ବ

ସାତଶତ ବର୍ଷଧରି, ପାଳିନି କେହି,

ପୁରୀ ସର୍ବ ସାଧାରଣ, ଶ୍ରୀମନ୍ଦିର ପ୍ରଶାସନ 

ଓଡ଼ିଶା ଶାସନ ମୁଖ୍ୟ, ଯୋଗୁଁ ଟି ଏହି।

ପ୍ରଧାନ ସେବକ ରାଜନ,

ବଳେ ଦିବ୍ୟ ଭବ୍ୟ କାର୍ଯ୍ୟ ହେଲା ସମ୍ପନ୍ନ ।୭।


Rate this content
Log in

Similar oriya poem from Inspirational