ନୂଆଖାଇ
ନୂଆଖାଇ
ନୂଆଁ ନୂଆଁ ପରା ଲାଗୁଛି ଧରା
ସବୁକିଛି ନୂଆଁ ନୂଆଁ,
ପ୍ରାତଃ ସୂର୍ଯ୍ୟ ଶିଘ୍ର ଆଗମନ ପାଇଁ ନିଦ ଆଜି ଅଛୁଆଁ।
ନୂଆଁ ଧାନ ନୂଆଁ ଚାଉଳ ନୂଆଁ ବସ୍ତ୍ର ପରିଧାନ,
ମା ସମଲେଶ୍ଵରୀ ଙ୍କୁ ଏକାଠି ହୋଇ
ପୂଜିବେ ପରଷି ପିଠା ପଣା ନବାନ୍ନ।
ଦେଶ ବିଦେଶରୁ ସ୍ୱଜନ ଆସିବେ
ମିଳିବେ ସେଇ ଅଗଣା ତୁଳସୀ ପିଠେ,
ସାଥି ସହୋଦର ବାଣ୍ଟି ବେ ଦୁଃଖ ସୁଖ ମିଳି ମିଶି ଏକାଠେ।
ମନର ଭାବନା ଯେତେ ଥିବା ଯାତନା
ଏକ୍ଷଣି ଦୂରେଇ ଯିବ,
ମାଆ ଙ୍କ ଆଶିଷ କୃପା ବଳେ ପ୍ରାଣ ଶାନ୍ତି ରେ ବିତିଯିବ ।
ଶାନ୍ତି ମୈତ୍ରୀ ପ୍ରୀତି ସଂସ୍କୃତି ବନ୍ଧନ
ଐକ୍ୟତା ହର୍ଷ ଉଲ୍ଲାସ ର ପର୍ବ ନେଇ,
ନୂତନ ଜୀବନ ନୂଆଁ ଉଦ୍ଦୀପନା ସହ
ଆସିଥାଏ ନୂଆଖାଇ ।
ଜଗତ କଲ୍ୟାଣ ଜଗତ ସୁରକ୍ଷା ମା ସମଲେଶ୍ଵରୀ ଙ୍କ ଅଶେଷ କୃପା,
ମାନବ ସମାଜ ନବାନ୍ନ ସଂସ୍କୃତି ପାଳନ ପ୍ରଥା,
ବଞ୍ଚାଇ ରଖିଛି ଓଡ଼ିଆ ଗଣପର୍ବ ଏ ନୂଆଖାଇ
ମନୁ ଭୁଲି ଯାଇ ଯେତେ ଖପ୍ପା।
ଗାଆଁ ରୁ ସହର ପୂର ପଲ୍ଲୀ ଛୁଆ ଟୋକା ବୁଢ଼ା ସମସ୍ତେ ଏକମନ ହୋଇ
ହସ ଉଲ୍ଲାସ,
ନାଚ ଗୀତ ନା ନା ପିଠା ପଣା ଖାଇ ଶ୍ରୀ ମା ସମଲେଶ୍ଵରୀ ଙ୍କ ଚରଣେ ସଦା ଦାସ।
ପୁଣି ପ୍ରତୀକ୍ଷା ଆଗାମୀ
ନବାନ୍ନ ଭକ୍ଷଣ ,
ମନେ ମନାସି ନୂତନ ଅଭିବୃଦ୍ଧି ଅଭିଳାଷ
ପାଇ ବା ନୂଆଁ ସୂର୍ଯ୍ୟ କିରଣ ।
