STORYMIRROR

Puspanjali Panda

Abstract

3  

Puspanjali Panda

Abstract

ନୂଆଖାଇ

ନୂଆଖାଇ

1 min
145


ନୂଆ ଧାନ ପାଚିଲା

ଲଗ୍ନ ଧରା ହୋଇଲା

ଭାଦ୍ର ଶୁକ୍ଳ ପଞ୍ଚମୀରେ

ନବାନ୍ନ ଲାଗି ହେବରେ।


ପଶ୍ଚିମ ଓଡ଼ିଶାର

ନୂଆଖାଇ ପର୍ବସାର

ଭୂଲାଏ ପର ଆପଣା

ଘରେ ଘରେ ପିଠାପଣା।


ନୂଆଚୁଡା ଧାନରେ

ମଣ୍ଡା ଖିରି ପୁରିରେ

ନୈବେଦ୍ୟ ଲାଗି ହୁଏରେ

ମା ମସଲାଇ ପାଖରେ।


କାହିଁ କେଉଁ କାଳର

ସସ୍କୃତି ଏ ଓଡ଼ିଶା ର

ବଡ଼କୁ ହେବେ ଜୁହାର

ଭେଟଘାଟ ନାଚ ଗୀତର।


ସମଲେଇ ମା ଭରସା

ଭରେ ନୂତନ ଆଶା

କୃଷିଭିତ୍ତିକ ଏ ପରବ

ପଶ୍ଚିମ ଓଡ଼ିଶାର ଗରବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract