STORYMIRROR

Panchanan Jena

Fantasy

4  

Panchanan Jena

Fantasy

ନୂଆବର୍ଷର ସ୍ପର୍ଶ

ନୂଆବର୍ଷର ସ୍ପର୍ଶ

1 min
1

କବିତା - ନୂଆବର୍ଷର ସ୍ପର୍ଶ
ରଚନା - ପଞ୍ଚାନନ ଜେନା
ତାରିଖ -୦୨-୦୧-୨୦୨୬
++++++++++++++++++
 କି କହିବି ନୂଆ ବର୍ଷ
ତୁମ ନୂତନ ନବୀନ ହସ
ତୁମ ଛବିଳ ଛଇଳ ସ୍ପର୍ଶ
ମନ ମୂଳକକୁ ଛୁଇଁ
 ଭାବ ସମୁଦ୍ରକୁ ଡେଇଁ
ପୁଲକିତ କରେ ଅତୀତ ଅବଶୋଷ
କି କହିବି ନୂଆ ବର୍ଷ -୧ .

ଘାସେ ଘାସେ ଚମକୁଛି
 ତୃଷ୍ଣାର ଛଟକ
ଶୀତରାତିରେ ଝଟକୁଛି
ସ୍କୃତିର ଫଳକ
 ଆଶା ଆକାଂକ୍ଷାକୁ ଡେଇଁ
ଚିନ୍ତା ଚେତନାକୁ ଛୁଇଁ
ପଲ୍ଲବିତ କରେ ଆଦିମ ଅଭିଳାଷ
 କି କହିବି ନୂଆ ବର୍ଷ ---୨

 ଆଖି ଆଖିରେ ଝଲକୁଛି
ଅନନ୍ତର କଳ୍ପ
ବାରମାସେ ମାଖୁଅଛି
ଅଳ୍ପସ୍ଵଳ୍ପ ଗଳ୍ପ
 ଦେହ ଦେହଳୀକୁ ଛୁଇଁ
ସ୍ବପ୍ନ ସାଗରକୁ ଡେଇଁ
ମହକିତ କରେ ନୂଆ ଉନ୍ମେଷ
 କି କହିବି ନୂଆ ବର୍ଷ -୩

 ହସ ବାସରେ ଗଜରୁଛି
ବଣମଲ୍ଲୀର ସୁବାସ
ଶୁଭେଚ୍ଛା ସଦିଚ୍ଛାରେ ମିଶିଛି
 ନୂତନତ୍ବର ଆଭାସ
ହୃଦ କନ୍ଦରକୁ ଛୁଇଁ
ଆତ୍ମା ସଦନରୁ ଡେଇଁ
 ଅଙ୍ଗେ ଭଙ୍ଗେ ଭରେ ନବୀନ ପ୍ରକାଶ
 କି କହିବି ନୂଆ ବର୍ଷ -୪ l


Rate this content
Log in

Similar oriya poem from Fantasy